ଭୁବନେଶ୍ୱର: ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୧୮ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ। ବିଦ୍ୟାଳୟରେ ପଢୁଥିବା ‘କ’ ଓ ‘ଖ’ ବର୍ଗର ଛାତ୍ରଛାତ୍ରୀମାନଙ୍କ ଫର୍ମ ପୂରଣ ଅନଲାଇନ ମାଧ୍ୟମରେ ହେବ। ସେହିଭଳି ‘ଗ’ ଓ ‘ଘ’ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପସଂପାଦକଙ୍କ ଦ୍ୱାରା ଅଫଲାଇନରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି। ବୋର୍ଡର ୱେବସାଇଟ www.bseodisha.ac.inରେ ଛାତ୍ରଛାତ୍ରମାନେ ଅଧିକ ସୂଚନା ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।