fbpx

ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍‌

ଭୁବନେଶ୍ୱର, ୯/୭(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାରିମଧ୍ୟରେ ଓଡ଼ିଶାରେ ଆଜି ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍‌ ପହଂଚିଛି। ପହଁଚିଥିବା ଟେଷ୍ଟ କିଟ୍‌ ରୁ କଟକ SCB ମେଡିକାଲକୁ ୧୫୦୦, କର୍କଟ ଚିକିତ୍ସା କେନ୍ଦ୍ରକୁ ୫୦୦ କିଟ୍‌ ପଠାଯିବ, ଗଞ୍ଜାମକୁ ୩୦୦୦ ଓ ଗଜପତିକୁ ୫୦୦ କିଟ୍‌ ପଠାଯିବ, ଅନ୍ୟ ୫ଟି ମେଡିକାଲ କଲେଜକୁ ୧୦୦୦ ଲେଖାଏଁ ଓ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ ଲେଖାଏଁ କିଟ୍‌ ପଠାଯିବ ନେଇ ସୂଚନା ରହିଛି।

Get real time updates directly on you device, subscribe now.