ଅଫିସ ଅଫ୍ ପ୍ରଫିଟ ଅଭିଯୋଗରୁ ୨୨ ବିଧାୟକ ମୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ଜିଲ୍ଲା କମିଟି ଓ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ୨୨ ବିଜେଡି ବିଧାୟକ ଅଯୋଗ୍ୟ ନୁହନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସମ୍ବିଧାନର ଅନୁଚ୍ଛେନ ୧୯୧ (ଏ) ଆଧାରରେ ଏହି ବିଧାୟକମାନେ ଅଯୋଗ୍ୟ ନୁହଁନ୍ତି ବୋଲି କମିଶନର କହିଛନ୍ତି । କମିଶନଙ୍କ ଅଫିସିଆଲ ୱେବସାଇଟରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ ୨୨ ବିଜେଡି ବିଧାୟକ ଅଫିସ ଅଫ୍ ପ୍ରଫିଟ ବା ଲାଭଜନକ ପଦବୀରେ ଥିବା ଅଭିଯୋଗ ହୋଇଥିଲା ।

ସେମାନଙ୍କ ଅଯୋଗ୍ୟ ଘୋଷଣା କରିବାକୁ ରାଜ୍ୟପାଳଙ୍କ ନିକଟରେ ଏକାଧିକ ଆବେଦନ ହୋଇଥିଲା । ଏହାପରେ ରାଜ୍ୟପାଳ ନିର୍ବାଚନ କମିଶନ ପୋଲ ପ୍ୟାନେଲଙ୍କ ମତ ଲୋଡିଥିଲେ । ଗତ ଅକ୍ଟୋବର ୧୩ ତାରିଖରେ ପୋଲ ପ୍ୟାନେଲ ତାଙ୍କ ମତ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ପ୍ୟାନେଲ କହିଛନ୍ତି ଯେ, ବୈଧାନିକ ଆଇନ ଅନୁସାରେ ୨୨ ବିଧାୟକଙ୍କ ମଧ୍ୟରେ ଅଫିସ ଅଫ୍ ପ୍ରଫିଟ ପଦବୀରେ ୨୦ ଜଣ ଅଯୋଗ୍ୟ ନୁହଁନ୍ତି । ଏହା ଅନ୍ୟ ୨ ଜଣ ଭୂପେନ୍ଦର ସିଂହ ଓ ଅନନ୍ତ ନାରାୟଣ ଜେନା ବିଧାୟକ ହେବା ପୂର୍ବରୁ ସେମାନଙ୍କୁ ପଦବୀରୁ ଇସ୍ତଫା ଦେଇଥିଲେ । ପୋଲି ପ୍ୟାନେଲ ଆଧାରରେ ଆକ୍ଟୋବର ୨୨ରେ ଆଦେଶ ଜାରି ହୋଇଥିଲା । ଏହାକୁ ନେଇ ରାଜ୍ୟପାଳ ୮ ପୃଷ୍ଠାର ଆଦେଶ ଜାରି କରିଥିଲେ । ପୋଲ ପ୍ୟାନେଲର ମତକୁ ଆଧାର କରି ଆବେଦନ ଗୁଡିକର କୌଣସି ଆଧାର ନଥିବା କହିଛନ୍ତି ରାଜ୍ୟପାଳ ।