fbpx

ଇଟାଲିର ଏହି ସହରରେ ରହିବା ପାଇଁ ଆପଣଙ୍କୁ ମିଳିବ ୨୪.୭୬ ଲକ୍ଷ ଟଙ୍କା, କିନ୍ତୁ ରହିଛି ଏହି ସର୍ତ୍ତ

ନୂଆଦିଲ୍ଲୀ: ବିଶ୍ୱର ଅନେକ ସହରରେ ଲଗାତାର ବଢ଼ୁଥିବା ଜନସଂଖ୍ୟା କାରଣରୁ ଜୀବନଯାପନ ଅଧିକ ମହଙ୍ଗା ହୋଇଛି । ଲୋକମାନେ ରହିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଇଟାଲିର କିଛି ଗାଁ ଏପରି ରହିଛି, ଯେଉଁଠାରେ ରହିବା ପାଇଁ ଲୋକଙ୍କୁ ଲକ୍ଷ-ଲକ୍ଷ ଟଙ୍କା ମିଳୁଛି ।

ଇଟାଲିର କାଲାବ୍ରିୟା କ୍ଷେତ୍ର ଲୋକଙ୍କୁ ଏଠାରେ ରହିବାକୁ ୨୮ ହଜାର ୟୁରୋ ଅର୍ଥାତ୍ ୨୪.୭୬ ଲକ୍ଷ ଟଙ୍କା ଦେବ । କିନ୍ତୁ ଏଠାରେ ରହିବାକୁ ଲୋକଙ୍କୁ କିଛି ସର୍ତ୍ତ ପାଳନ କରିବାକୁ ପଡ଼ିବ । ରିପୋର୍ଟ ମୁତାବକ, ଇଟାଲୀର କାଲାବ୍ରିୟାରେ ରହିବା ପାଇଁ ବୟସସୀମା ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଆବେଦନ କରୁଥିବା ଲୋକଙ୍କ ବୟସ ୪୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।

ତେବେ ଇଟାଲିର କାଲାବ୍ରିୟା ଅଞ୍ଚଳ କମ୍ ଜନସଂଖ୍ୟା ସମସ୍ୟା ଦେଇ ଗତି କରୁଛି । ଏହି ଅଞ୍ଚଳର ୭୫ ପ୍ରତିଶତରୁ ଅଧିକ ସହରରେ ୫୦୦୦ ରୁ କମ୍ ଲୋକ ଅଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଜନସଂଖ୍ୟାର ସମସ୍ୟାକୁ ସାମ୍ନା କରୁଥିବା ଇଟାଲିର ଅନେକ ସହର କମ୍ ମୂଲ୍ୟରେ ଘର ଯୋଗାଇ ଦେଇଛନ୍ତି । ଏହି ବର୍ଷ ଇଟାଲିର ବେସିଲିକାଟା ଅଞ୍ଚଳର ଲୋରେଞ୍ଜାନା ସହରରେ ୧ ୟୁରୋରେ ଘର ବିକ୍ରି ହେଉଥିଲା ।

ରିପୋର୍ଟ ମୁତାବକ, ଏହି ଅଫର ପାଇଁ ଆବେଦନ ପ୍ରକ୍ରିୟା କିଛି ସପ୍ତାହ ମଧ୍ୟରେ କାଲେବରିଆ ଅଞ୍ଚଳର ୱେବସାଇଟରେ ଆରମ୍ଭ ହୋଇପାରିବ । ଏହା ବ୍ୟତୀତ, ଆପଣ ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟରେ ଯାଇ ଯାଞ୍ଚ କରିପାରିବେ ।

Get real time updates directly on you device, subscribe now.