fbpx

ଏମିତି କଣ କହିଲେ ଭଗବନ୍ତ ମାନ, ହସିବାରେ ଲାଗିଲେ ଯୋଗୀ ଆଦିତ୍ୟନାଥ ଏବଂ ହିମନ୍ତ ବିଶ୍ଵ ଶର୍ମା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରୀଙ୍କ ଚିନ୍ତନ ଶିବିରରେ କିଛି ମୁଖ୍ୟମନ୍ତ୍ରୀଙ୍କ ଭିଡ ଦେଖିବାକୁ ମିଳିଛି। କାରଣ ଉକ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରାଜ୍ୟର ଗୃହ ବିଭାଗ ରହିଛି। ଆଭ୍ୟନ୍ତରୀଣ ସୁରକ୍ଷାକୁ ଆହୁରି ମଜବୁତ କରିବା ଏବଂ ନୂତନ ଉପାୟ ଖୋଜିବା ତଥା ସାଂପ୍ରତିକ ସମସ୍ୟାର ସମାଧାନ ନେଇ ଦୁଇ ଦିନିଆ ଅଧିବେଶନ ନୂଆଦିଲ୍ଲୀରେ ଆୟୋଜିତ ହେଉଛି। ଏହି ସମୟରେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

ଭାଇରାଲ୍ ଫଟୋରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏକ ସଙ୍ଗେ ହସୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଲୋକେ ଏହି ଫଟୋକୁ ସେୟାର କରୁଛନ୍ତି। କିଛି ତ ଏହାକୁ ଦୁଲର୍ଭ ଫଟୋ ବୋଲି କହୁଛନ୍ତି।

ତେବେ ତିନି ମୁଖ୍ୟମନ୍ତ୍ରୀ ହସୁଥିବା ପଛର କାରଣ ଜଣା ପଡିନାହିଁ। ଫଟୋକୁ ଦେଖି ଅନେକ ପ୍ରକାରର ଆକଳନ କରାଯାଉଛି। ଜଣେ ୟୁଜର କହିଛନ୍ତି, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ କୌଣସି କଥାକୁ ନେଇ ତିନି ମୁଖ୍ୟମନ୍ତ୍ରୀ ହସୁଛନ୍ତି। ଉଲ୍ଲେଖନୀୟ ଭଗବନ୍ତ ମାନ ନିଜ ରାଜନୈତିକ ଜୀବନ ଆରମ୍ଭ କରିବା ପୂର୍ବରୁ ଜଣେ ହାସ୍ୟ ଅଭିନେତା ଏବଂ ବ୍ୟଙ୍ଗକାର ଥିଲେ।

Get real time updates directly on you device, subscribe now.