fbpx

ଜମ୍ମୁ-କଶ୍ମୀରର ବଡ଼ଗାମରେ ଖାଲକୁ ଖସି ପଡ଼ିଲା ବସ୍; ୩ ଯବାନ ସହିଦ, ୨୮ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବଡ଼ଗାମ୍ ଜିଲ୍ଲାରେ ଏକ ବସ୍ ଖାଲକୁ ଖସି ପଡ଼ିବାରୁ ସୀମା ସୁରକ୍ଷା ବଳ (ବିଏସ୍ ଏଫ୍)ର ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ଆହତ ୬ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୋଲିସ କହିଛି ।

୫୨ ସିଟ୍ ବିଶିଷ୍ଟ ଏହି ଗାଡ଼ିଟି ବିଧାନସଭା ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବିଏସ୍ ଏଫ୍ ର ମୁତୟନ ପାଇଁ ଯାଉଥିଲା । ଅନ୍ୟ ୭ଟି ବସ୍ ପରି ଏଥିରେ ବି ଯବାନ ମାନେ ଥିଲେ ଏବଂ ଏଥିରେ ୩୫ ଜଣ ବିଏସ୍ ଏଫ୍ ଯବାନ ଯାତ୍ରା କରୁଥିଲେ ବୋଲି ପୁଲିସ କହିଛି ।

ବସ୍ ଟି ପାହାଡ଼ିଆ ରାସ୍ତାରୁ ଖସି ୪୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ସମସ୍ତ ଆହତ ବିଏସଏଫ ଯବାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.