fbpx

ଜାମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀ ନିପାତ

ଓଡିଶା ଭାସ୍କର : ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡଧରଣର ସଫଳତା । କାଶ୍ମୀରସ୍ଥିତ ଡୋଡାରେ ଭାରତୀୟ ସୈନିକଙ୍କ ହାତରେ ନିପାତ ହୋଇଛନ୍ତି ୩ ଆତଙ୍କବାଦୀ । ଗତ କିଛି ଦିନ ହେବ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଲଢେଇ ଜାରି ରହିଛି । ସିଆରପିଏଫଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆହୁରି କଡା କରାଯାଇଛି । ଗତ ଜୁନ ୧୧ ଓ ୧୨ ତାରିଖରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା ଓ ଆଜି ସୁରକ୍ଷାକର୍ମୀଙ୍କୁ ଏହି ବଡଧରଣର ସଫଳତା ମିଳିଛି । ଏନକାଣ୍ଟରରେ ଏହି ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସିଆରପିଏଫ, ଏସଓଜି ଓ ଅନ୍ୟ ସୁରକ୍ଷାକର୍ମୀଙ୍କ ମିଳିତ ସହେଯାଗରେ ଏହି ଅଭିଯାନ ଚାଲିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.