ଭୁବନେଶ୍ୱର: ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ଆଖି ବୁଜିଛନ୍ତି ୩୪ କଲରାପତରିଆ । ଏଥିମଧ୍ୟରୁ ଶିକାର ଦ୍ୱାରା ୧୭ଟି ବାଘ ଆଖି ବୁଜିଥିବା ବେଳେ , ବିଦୁ୍ୟତ ଆଘାତରେ ୩ଟି ଆଉ ରେଳ ଦୁର୍ଘଟଣାରେ ଗୋଟିଏ ବାଘ ମୃତୁ୍ୟ ହୋଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
କଲରାପତରିଆ ବାଘ ମୃତୁ୍ୟକୁ ନେଇ ବିଧାନସଭାରୁ ଆସିଛି ଚିନ୍ତାଜନକ ଖବର । ରାଜ୍ୟରେ ଗତ ୫ ବର୍ଷ ଭିତରେ କେତେ ବାଘ ମୃତୁ୍ୟ ବରଣ କରିଛନ୍ତି ? ଏହି ମୃତୁ୍ୟର କାରଣ କଣ ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ ତାରା । ଏହି ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିଲେ ରାଜ୍ୟରେ ଗତ ୫ ବର୍ଷରେ ୩୪ଟି କଲରାପତରିଆ ଆଖି ବୁଜିଛନ୍ତି । ଏନେଇ ସମସ୍ତ ରିପୋର୍ଟ ଦେଇଥିଲେ ମନ୍ତ୍ରୀ । କହିରଖୁଛୁ ରାଜ୍ୟରେ ବର୍ତ୍ତମାନ ୩୦ଟି ମହାବଳ ବାଘ ଏବଂ ୬୯୬ଟି କଲରାପତରିଆ ବାଘ ଥିବା ନେଇ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।