fbpx

୧୦ ଦିନରେ ୩,୪୮୮ ଫେରାର ଆସାମୀ ଗିରଫ, ଜାଣନ୍ତୁ କେଉଁ ଜିଲ୍ଲାରୁ ସର୍ବାଧିକ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୦ ଦିନରେ ୩,୪୮୮ ଜଣ ଫେରାର ଆସାମୀ ଗିରଫ ହୋଇଛନ୍ତି । ଜାମିନବିହୀନ ପରୱାନା ବିରୋଧରେ ଚାଲିଛି ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ । ନଭେମ୍ବର ୫ରୁ ୧୪ ତାରିଖ ଯାଏଁ ଓଡ଼ିଶା ପୋଲିସ ଚଳାଇଥିଲା ଏହି ଅଭିଯାନ ।

ତେବେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୫୯୨ ଫେରାର ଆସାମୀ ଗିରଫ ହୋଇଥିବା ଜଣାପଡିଛି । ଏହା ସହିତ ଗଞ୍ଜାମରୁ ୫୫୧ ଓ ଖୋର୍ଦ୍ଧା ଜିଲ୍ଲାରୁ ୫୧୬ ଜଣ ଫେରାର ଆସାମୀ ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.