fbpx

ଓଡ଼ିଶାରୁ ଆଉ ୩୫ ଜୀବନ ନେଲା ମହାମାରୀ, ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଓଡ଼ିଶା କରୋନା ପିକ୍‌ରେ ଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର ୫୮୪କୁ ବୃଦ୍ଧି । ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଧିକ ୫ ଜଣ ଲେଖାଏଁ କୋଭିଡ ରୋଗୀ ମୃତ ହୋଇଛି।ଦିନକରେ ଆଉ ୧୧ ହଜାର ୬୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଗରୋଧରୁ ୬,୫୦୯ ଓ ସ୍ଥାନୀୟ ଅଞ୍ଚଳରୁ ୫,୧୧୪ ରୋଗୀ ଚିହ୍ନଟ। ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩କୁ ବୃଦ୍ଧି ।

 

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଲେଖାଏଁ, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ,କେନ୍ଦ୍ରାପଡ଼ାରୁ ୩ ଜଣ, ଝାରସୁଗୁଡ଼ା,କଳାହାଣ୍ଡି ଓ କୋରାପୁଟ ଜିଲ୍ଳାରୁ ୨ ଜଣ ଲେଖାଏଁ,  ଭଦ୍ରକ, ବୌଦ୍ଧ,ଦେବଗଡ଼, ଗଞ୍ଜାମ,ଜଗତସିଂହପୁର,କେନ୍ଦୁଝର, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.