ଅଟକିଯାଇଛି ବୟସ କଣ୍ଟା… ୩୯ ବର୍ଷୀୟା ଜେଜେ ମା’ଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

୪୦ ବର୍ଷରୁ କମ୍ ବୟସରେ ମହିଳା ହେଲେ ଜେଜେମା’ । ଲୋକଙ୍କୁ ଅବାକ୍ କରିଛି ଖରବ ।

ସାଂଘାଇ: ମାତ୍ର ୩୯ ବର୍ଷୀୟା ଜେଜେ ମା’ଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ । ଚୀନର ଅନହୁଇ ପ୍ରୋଭିଏନ୍ସର ସୁଜହୋଉରେ ରୁହନ୍ତି ଏହି ଜେଜେ ମା । ମାସକର ଛୁଆକୁ ପୋପୁ ବୋତଲରେ କ୍ଷୀର ପିଆଉ ଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

୪୦ ବର୍ଷରୁ କମ୍: ଭାଇରାଲ ଭିଡିଓରେ ଜେଜେ ମା’ ଛୁଆର ଯତ୍ନ ନେଉଥିବାବେଳେ ପାଖରେ ଥିବା ଏକ ବେଡରେ ଛୁଆର ମା’ ଶୋଇଥିବା ଦେଖିବାକୁ ମିଳିଛି । ଖବର ମୁତାବକ ଏ କୁନି ପିଲା ଜେଜେମା’ଙ୍କର ପ୍ରଥମ ନାତି । ଭିଡିଓ ଉତ୍ତୋଳନ କରିଥିବା ଆଉ ଜଣେ ମହିଳା ସେହି ଭିଡିଓରେ କହୁଛନ୍ତି ଯେ, ଜେଜେ ମା’ଙ୍କ ଜନ୍ମ ୧୯୮୫ରେ ।

ସୋସିଆଲ ମିଡିଆରେ ଚର୍ଚ୍ଚା: ଆଉ ଏ ପିଲା ତାଙ୍କର ପ୍ରଥମ ନାତି । ଭିଡିଓ ଦେଖୁଥିବା ଲୋକମାନେ କିନ୍ତୁ ମହିଳାଙ୍କୁ ପିଲାର ମା’ ବୋଲି ଭାବିଥିବା କହିଛନ୍ତି । ଜେଜେ ମା’ ଜଣକ ନାତିକୁ ଖୁଆଇବା, ଗାଧୋଇଦେବା ସାଙ୍ଗକୁ ତା’ ଡାଇପର ବଦଳାିବା ଏବଂ ଘର ଲୋକଙ୍କ ପାଇଁ ରୋଷେଇ କରିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରନ୍ତି ।

ଲୋକ ଅବାକ୍: କିଛିଦିନ ପୂର୍ବେ ସିଙ୍ଗାପୁରର ଅନଲାଇନ୍ ଇନଫ୍ଲୁଏନ୍ସର ଶିରଲି ଲିଙ୍ଗଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ସେ ମାତ୍ର ୩୪ ବର୍ଷ ବୟସରେ ଜେଜେମା’ ହୋଇଥିଲେ । ଏହାଛଡ଼ା ଇଷ୍ଟର୍ନ ଶାନନ୍ଦୋଙ୍ଗ ପ୍ରୋଭିଏନ୍ସର ଜଣେ ମହିଳା ମାତ୍ର ୩୬ ବର୍ଷ ବୟସରେ ଜେଜେମା’ ହୋଇଛନ୍ତି । ଖବର ଅନୁସାରେ ତାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେ ପ୍ରଥମ ଶିଶୁ ପୁତ୍ର ଜନ୍ମ କରିଥିଲେ ।