fbpx

୩ଦିନ ସଟଡ଼ାଉନ ରହିବ ପାରଳାଖେମୁଣ୍ଡି, ଜାଣନ୍ତୁ କେଉଁ କେଉଁ ଦିନ

ଭୁବନେଶ୍ୱର, ୨୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସରକାର ବହୁ ପ୍ରକାର ପଦକ୍ଷେପ ନେଉଛନ୍ତି । ବହୁ ସଂଖ୍ୟକ କରୋନା ପଜିଟିଭ ବାହାରିବା କାରଣରୁ ସଟଡାଉନ ମଧ୍ୟ କରାଯାଉଛି । ଏହାରି ମଧ୍ୟରେ ପାରଳାଖେମୁଣ୍ଡି ସହରକୁ ସଟଡ଼ାଉନ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାର ଗୋଷାଣୀ ,ଗୁମ୍ମା ବ୍ଲକ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସେହିପରି କାଶୀନଗର ବ୍ଲକ ରାଣୀପେଣ୍ଠା ପଞ୍ଚାୟତ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୮ରୁ ୩୦ ତାରିଖ ଅର୍ଥାତ ତିନି ଦିନ ସଟଡାଉନ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଛି ।

Get real time updates directly on you device, subscribe now.