ଅହମଦାବାଦ୍: ଅହମଦାବାଦ ପାର୍ସଲ ବୋମା ଘଟଣାରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଶନିବାର ସକାଳ ପ୍ରାୟ ୧୦.୪୫ ମିନିଟରେ ବଳଦେବ ଶୁଖଦିଆଙ୍କ ଘରେ ବିସ୍ଫୋରଣ ହୋଇଥିଲା । ଏ ଘଟଣାର ସୂତ୍ରଧର ଥିଲେ ୪୪ ବର୍ଷୀୟ ରାଓ । ଯେ ସମ୍ପର୍କରେ ବଳରାମଙ୍କ ଜ୍ୱାଇଁ ହେବେ । ରାଓ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଡିଭୋର୍ସ ହେବା ପଛରେ ବଳରାମ ଏବଂ ତାଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା କାରଣରୁ ସେ ପ୍ରତିଶୋଧ ପରାୟଣ ହୋଇ ଶଶୁର ଘରକୁ ପାର୍ସଲ ବୋମା ପଠାଇଥିବା ପୋଲିସ କହିଛି ।
ଅନଲାଇନ ଜରିଆରେ ରାଓ ବୋମା ତିଆରି ଶିଖିଥିବା କହିଛନ୍ତି ଡେପୁଟି କମିଶନର ଅଫ ପୋଲିସ । ପୋଲିସ ଗୌରଭ ଗଦାଭିଙ୍କୁ ଗିରଫ କରିଛି ଯେ, ପାର୍ସଲ ନେଇ ବଳାରାମଙ୍କ ଘରକୁ ଯାଇଥିଲେ, ଏବଂ ଘଟଣା ସମୟରେ ସେଠାରେ ଉପସ୍ଥିତ ଥିଲେ । ଟେକନିକାଲ ସର୍ଭିଲାନ୍ସ ସାହାଯ୍ୟରେ ସେହିଦିନ ରାତିରେ ପୋଲିସ ରାଓ ଏବଂ ରୋହନ ରାଭଲଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୋଲିସ ବୋମାତିଆରି ସରଞ୍ଜାମ ସାଙ୍ଗକୁ ପିସ୍ତଲ ଜବତ କରିଛି । ବିସ୍ଫୋରଣରେ ୨ ଜଣ ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।