fbpx

ଓଡ଼ିଶାରେ ନିଯୁକ୍ତି ସୁଯୋଗ : ଅଗ୍ନିଶମ ବିଭାଗରେ ୪୫ଟି ନୂତନ ପଦବୀକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍‍ ଓ ହସ୍‍ପିଟାଲ, ବ୍ରହ୍ମପୁର ଏମ୍‍.କେ.ସି.ଜି ଏବଂ ବୁର୍ଲା ଭିଏସ୍‍ଏସ୍‍ ମେଡିକାଲ କଲେଜ୍‍ ଓ ହସ୍‍ପିଟାଲର ଅଗ୍ନିସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ରାଜ୍ୟ ସରକାର ୪୫ଟି ନୂତନ ପଦବୀକୁ ଅନୁମୋଦନ କରିଛନ୍ତି । ଏଥିରେ ୩ଜଣ ଷ୍ଟେସନ୍‍ ଅଫିସର, ୪ଜଣ ଲିଡିଂ ଫାୟାରମ୍ୟାନ୍‍, ୩ଜଣ ହାବିଲଦାର, ୩ଜଣ ଫାୟାରମ୍ୟାନ୍‍ ଡ୍ରାଇଭର ଏବଂ ୩୦ ଜଣ ଫାୟାରମ୍ୟାନ ପଦବୀ ପାଇଁ ନିଯୁକ୍ତି ହେବ । ଏହି ନୂତନ ପବଦୀ ସୃଷ୍ଟି ଦ୍ୱାରା ୩ଟି ପ୍ରମୁଖ୍‍ ମେଡିକାଲ କଲେଜ୍‍ ଓ ହସ୍‍ପିଟାଲରେ ଅଗ୍ନି ନିରାପତ୍ତା ଅଧିକ ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି ।

ଖବର ଅନୁସାରେ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗର ବିଭିନ୍ନ ସ୍ତରରେ ୪୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.