fbpx

୪୫ ବର୍ଷୀୟ ଆକ୍ଟ୍ରେସଙ୍କ ଗ୍ଲାମରସ୍ ଲୁକରେ ଆସିନି ଫରକ୍, ଜାଣନ୍ତୁ ସୋହା ଅଲି ଖାନଙ୍କ ଫିଟନେସ୍ ରାଜ୍

Advertisement

ମୁମ୍ବାଇ: ବଲିଉଡ଼ର ଭେଟେରାନ୍ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ଅଲିଅଳି ସୋହା ଅଲି ଖାନ୍ । ସୋହା ତାଙ୍କ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଫିଟନେସ ଭିଡ଼ିଓରେ ଭର୍ତ୍ତି । ଏହି ଭିଡିଓ ମାଧ୍ୟମରେ ସେ ନିଜେ ଫିଟ୍ ରହିବା ସହ ନିଜ ଫ୍ୟାନ୍ସଙ୍କୁ ଫିଟ୍ ରହିବା ପାଇଁ ପ୍ରେରିତ କରିଥାନ୍ତି । ୪୫ ବର୍ଷ ବୟସରେ ମଧ୍ୟ ସୋହା ବେଶ୍ ଫିଟ୍ ଓ ଗ୍ଲୋଇଂ ଦେଖାଯା’ନ୍ତି । ଅନେକଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ଯେ ତାଙ୍କର ହେଲ୍ଦୀ ଏବଂ ଗ୍ଲୋଇଂ ଦେଖାଯିବାର ସିକ୍ରେଟ୍ କ’ଣ ? ଆସନ୍ତୁ ଜାଣିବା…

ସୋହା ନିଜ ଦୈନିକ ରୁଟିନ୍ ଯୋଗରୁ ଆରମ୍ଭ କରିଥାନ୍ତି । ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଯୋଗ କରିଥାନ୍ତି । ଏହା ତାଙ୍କୁ ଶାରୀରିକ ଓ ମାନସିକ ଭାବରେ ଫିଟ୍ ରଖିବାରେ ସହାରୟକ ହୋଇଥାଏ ବୋଲି ସେ କୁହନ୍ତି । ଏହା ପରେ ରାତିରୁ ଭିଜାଯାଇଥିବା ବାଦାମ ଖାଇଥାନ୍ତି । ଜଳଖିଆରେ ଆମଲେଟ୍, ମୁଗ ଡାଲି, ଚିଲା, ଏଭାକୋଡା ଟୋଷ୍ଟ ଏବଂ ମୌସୁମୀ ଫଳ ସେବନ କରିଥାନ୍ତି । ସୋହା ମୌସୁମୀ ଫଳ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏହା ଦ୍ୱାରା ସେ ସତେଜ୍ ଏବଂ ଏନର୍ଜେଟିକ୍ ଅନୁଭବ କରିଥାନ୍ତି । ସେହିପରି ଦି’ପହର ଭୋଜନରେ ସେ ସନ୍ତୁଳିତ ଆହାର ସେବନ କରିବାକୁ ପସନ୍ଦ କରିଥାନ୍ତି । ଲଞ୍ଚରେ ଗ୍ରିଲ୍ କରାଯାଇଥିବା ଚିକେନ୍ ବା ମାଛ ଏବଂ ଷ୍ଟିମ୍ ସବଜି ସହ ଡାଲିର ସୁପ୍ ଏବଂ ସାଲାଡ୍ ସେବନ କରିଥାନ୍ତି । ସନ୍ଧ୍ୟା ସମୟରେ ସେ ମଖାନା ସେବନ କରିଥାନ୍ତି । ତେବେ ସୋହା ଟ୍ରାଭେଲ ସମୟରେ ନିଜ ପାଖରେ ମଖାନା ଏବଂ ଫଳ ରଖିଥାନ୍ତି । ଏହି ଆକ୍ଟ୍ରେସଙ୍କୁ ଲାଇଟ୍ ଡିନର ପସନ୍ଦ ଯାହା ସମ୍ପୂର୍ଣ୍ଣ ପ୍ରୋଟିନରେ ଭରପୁର ଥାଏ । ଡିନର ପ୍ଲେଟରେ ଟୋଫୁ ବା ଗ୍ରିଲ୍ଡ ପନୀର, ଡାଲି ସୁପ୍, ମିକ୍ସ୍ଡ଼ ସାଲାଡ଼ ଏବଂ ବାଦାମ ସାମିଲ ଥାଏ । ଏହା ବ୍ୟତୀତ ସେ ସବୁବେଳେ ନିଜକୁ ହାଇଡ୍ରେଟ୍ ରଖିଥାନ୍ତି । ସନ୍ତୁଳିତ ଆହାର ସେବନ କରିବା ଦ୍ୱାରା ଅଧା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂରେଇଥାଏ ବୋଲି ସେ ବିଶ୍ୱାସ କରନ୍ତି ।

କହିରଖୁଛୁ ସୋହାଙ୍କୁ ଘର ଖାଦ୍ୟ ବେଶ୍ ପସନ୍ଦ । ବାହା ଖାଦ୍ୟକୁ ସେ ଇଗ୍ନୋର କରିଥାନ୍ତି । ସେ କେବେ ଯୋଗ କରିବା ମଧ୍ୟ ମିସ୍ କରନ୍ତି ନାହିଁ । ସେଥିପାଇଁ ୪୫ ବର୍ଷ ବୟସରେ ମଧ୍ୟ ସେ ଫିଟ୍ ଦେଖାଯା’ନ୍ତି ।

Get real time updates directly on you device, subscribe now.