fbpx

ଇଣ୍ଡିଆନ ଟିମର ୫ ସୁପରଷ୍ଟାର: ବଲିଉଡରେ ବି କରି ସାରିଛନ୍ତି ଧମାଲ, ଲିଷ୍ଟରେ ବଡ ବଡ ଖେଳାଳିଙ୍କ ନାଁ ସାମିଲ

ନୂଆଦିଲ୍ଲୀ: କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ଖୁବ ପୁରୁଣା । ଭାରତରେ ଏମିତି ଅନେକ କ୍ରିକେଟର ବଲିଉଡ ହିରୋଇନଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି । ତେବେ ଅନେକ ଖେଳାଳି ବଲିଉଡରେ ନିଜ ଅଭିନୟର ଜଲୱା ମଧ୍ୟ ଦେଖାଇ ସାରିଛନ୍ତି । ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏବଂ ଅନିଲ କୁମ୍ବଲେଙ୍କ ଭଳି ଖେଳାଳି ସିଲଭର ସ୍କ୍ରିନରେ ଏଣ୍ଟ୍ରି ମାରିଛନ୍ତି । ତେବେ ଆସନ୍ତୁ ଜାଣିବା ଭାରତର ୫ ଜଣ ଖେଳାଳି ଯେଉଁମାନେ ଚଳଚ୍ଚିତ୍ର ଜଗତରେ ମଧ୍ୟ ନଜର ଆସିଛନ୍ତି ।

ସଲିଲ ଅଙ୍କୋଲା:

Former India speedster, current Mumbai chief selector Salil Ankola tests positive for COVID-19- The New Indian Express
ଭାରତ ତରଫରୁ ଗୋଟିଏ ଟେଷ୍ଟ ଏବଂ୨୦ଟି ଦିନିକିଆ ମ୍ୟାଚ ଖେଳିଥିବା ସଲିଲ ବଲିଉଡ ଇଣ୍ଡଷ୍ଟ୍ରି ଖୁବ ନାଁ କମାଇ ସାରିଛନ୍ତି । ୧୯୮୯ରେ ସଚିନଙ୍କ ସହିତ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ସଲିଲ । ତେବେ ସେତେଟା ସଫଳ ହୋଇ ପାରି ନଥିଲେ । କିନ୍ତୁ ବଲିଉଡରେ ସେ ଅନେକ ସଫଳତା ହାସଲ କରିଛନ୍ତି । ହିନ୍ଦୀ ଚଳଚ୍ଚିତ୍ର “କୁରୁକ୍ଷେତ୍ର’, “ପିତା’ ଏବଂ “ଚୁରା ଲିୟା ହୈ ତୁମନେ’ ଇତ୍ୟାଦିରେ କାମ କରି ସାରିଛନ୍ତି ସଲିଲ । ଏହା ବ୍ୟତୀତ ଅନେକ ଟଭି ସିରିଏଲରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

ଅନିଲ କୁମ୍ବଲେ:

Anil Kumble in Meerabai Not Out! | Bollywood Stars | Bollywood Actress | Bollywood News | Bollywood Movie
ଭାରତର ପୂର୍ବତନ ଅଧିନାୟକ ଏବଂ କୋଚ ଅନିଲ କୁମ୍ବଲେ ମଧ୍ୟ ବଲିଉଡରେ ନିଜ ଭାଗ୍ୟ ପରୀକ୍ଷା କରାଇ ସାରିଛନ୍ତି । ୨୦୦୮ରେ ରିଲିଜ ହୋଇଥିବା ଅନୁପମ ଖେର ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର “ମୀରା ବାଇ ନଟ ଆଉଟ’ରେ କୁମ୍ବଲେ ନଜର ଆସିଥିଲେ । ତେବେ ଏ ପର୍ଯ୍ୟନ୍ତ ଏହା ଅନିଲଙ୍କ ଅଭିନୀତ ଏକମାତ୍ର ଫିଲ୍ମ ।

ଯୁବରାଜ ସିଂହ:

Throwback: When Yuvraj Singh worked as a child artist in this film!
ଭାରତର ପୂର୍ବତନ ଷ୍ଟାର ଅଲରାଉଣ୍ଡର ସିକ୍ସର କିଙ୍ଗ ଯୁବରାଜ ସିଂହ ନାମ ମଧ୍ୟ ମଧ୍ୟ ଏହି ଲିଷ୍ଟରେ ଯୋଡି ହୋଇଛି । ସେ ମଧ୍ୟ ଏକ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି । ତେବେ ଏହି ଚଳଚ୍ଚିତ୍ର ସେ ମାତ୍ର ୧୧ ବର୍ଷ ବୟସରେ କରିଥିଲେ । କିନ୍ତୁ ଯୁବରାଜଙ୍କ ପିତା ଅନେକ ହିନ୍ଦୀ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହା ବ୍ୟତୀତ ଯୁବରାଜଙ୍କ ପତ୍ନୀ ହେଜଲ କୀଚ ମଧ୍ୟ ବଲିଉଡ ଫିଲ୍ମ “ବଡିଗାର୍ଡ’ ରେ ସାଲମାନ ଖାନଙ୍କ ସହ କାମ କରି ସାରିଛନ୍ତି ।

ସନ୍ଦୀପ ପାଟିଲ:

Here's why Sandeep Patil was called the 'night captain' by 1983's World Cup winning team | Entertainment News,The Indian Express
ଦେଶର ପୂର୍ବତନ ଖେଳାଳି/କୋଚ ସନ୍ଦୀପ ପାଟିଲ ମଧ୍ୟ ବଲିଉଡରେ ଏଣ୍ଟ୍ରି ମାରି ସାରିଛନ୍ତି । ପ୍ରସିଦ୍ଧ ଅଭିନେତ୍ରୀ ପୁନମ ଢିଲ୍ଲୋଙ୍କ ସହିତ ସେ “କଭି ଅଜନବୀ ଥେ’ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ।

ସୁନୀଲ ଗାଭାସ୍କର:

Sunil Gavaskar Dancing In A Marathi Film? This Video Shows Him In An All New Avatar.
ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କୁ ମଧ୍ୟ ଏକ ମରାଠୀ ଫିଲ୍ମରେ ଦେଖିବାକୁ ମିଳିଥିଲା । “ସାବଲୀ ପ୍ରେମାଚୀ’ ନାମକ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସୁନୀଲ । ଏହାସହିତ ନସିରୁଦ୍ଦିନ ଶାହଙ୍କ ଅଭିନୀତ “ମାଲାମାଲ’ ସିନେମାରେ ମଧ୍ୟ ଅତିଥି କଳାକାର ଭାବରେ ସୁନୀଲ ଗାଭାସ୍କର ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ।

Get real time updates directly on you device, subscribe now.