ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ବଡ଼ ଝଟକା । ଏକକାଳୀନ ଦଳ ଛାଡ଼ିଲେ ୫ ବିଧାୟକ ।
ମେହରଉଲିରୁ ନରେଶ ଯାଦବଙ୍କ ସମେତ ୫ ବିଧାୟକ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ୨୦୨୫ ନିର୍ବାଚନ ପାଇଁ ନରେଶଙ୍କୁ ଦଳ ଟିକଟ ନ ଦେବା କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।
ପାଲମରୁ ଭବାନୀ ଗୌର, ମେହରଉଲିରୁ ନରେଶ ଯାଦବ, ଜନକପୁରୀରୁ ରାଜେଶ ରିଶି, କସ୍ତୁରବା ନଗରରୁ ମଦନ ଲାଲ୍, ତ୍ରିଲୋକପୁରିରୁ ରୋହିତ ମେହରଉଲିଆ , ବିଶ୍ୱାସନରୁ ବି.ଏସ୍. ଜୁନେ ଏବଂ ଆଦର୍ଶ ନଗରରୁ ପୱନ ଶର୍ମା । ମୋଟ ୭ ଜଣ ବିଧାୟକ ଦଳ ଛାଡ଼ିସାରିଛନ୍ତି ।
ଆସନ୍ତା ୫ ତାରିଖରେ ଦିଲ୍ଲୀ ନିର୍ବାଚନ ହେବ । ଚଳିତବର୍ଷ ନିର୍ବାଚନରେ ବିଜେପି ଏବଂ ଆମଆଦମୀ ପାର୍ଟି ମଧ୍ୟରେ ଜୋରଦାର ଲଢ଼େଇ ହେବ । ଉଭୟ ପାର୍ଟି ଦଳୀୟ ପ୍ରଚାର ଚଳାଇଛନ୍ତି ।