fbpx

୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୬ଟି ସହରର ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧିରେ ଧିରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ରାଜ୍ୟର ୬ଟି ସହରରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୯.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି । ସେହିପରି କୋରାପୁଟରେ ୧୨.୨, ଫୁଲବାଣୀରେ ୧୨.୬, କେନ୍ଦୁଝରରେ ୧୪.୨ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୩, ଝାରସୁଗୁଡ଼ାରେ ରାତ୍ରି ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହିତ ଭୁବନେଶ୍ୱରରେ ୧୭ ଓ କଟକର ରାତ୍ରି ତାପମାତ୍ରା ୧୮ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.