ପିଲାଙ୍କଠାରୁ ଫୋନ ଦୂରେଇବାକୁ ଚାହୁଁଛନ୍ତି କି? ଘରେ ଏହି ୬ଟି ଉପାୟରେ ରଖାନ୍ତୁ ବ୍ୟସ୍ତ
ଆଜିକାଲି ପିଲାମାନେ ଘରେ ଥିବା ସମୟରେ ଖେଳକୁଦ ଅପେକ୍ଷା ଫୋନ ଦେଖିବାରେ ବ୍ୟସ୍ତ ରହୁଛନ୍ତି। ଏମାନଙ୍କଠାରୁ ଫୋନ ଛଡ଼ାଇବାକୁ ଚାହିଁଲେ, ସେ ଜିଦ ଧରୁଛନ୍ତି। ତେବେ ଆସନ୍ତୁ ଜାଣିବା କିପରି ସହଜ ଉପାୟରେ ସେମାନଙ୍କଠାରୁ ଫୋନ ଛଡାଯାଇପାରିବ
ନୂଆଦିଲ୍ଲୀ: ରବିବାର ଆସିବା ମାତ୍ରେ ପିଲାମାନେ ବାହାରକୁ ବୁଲି ଯିବା ପାଇଁ ବାପା ମାଆଙ୍କ ପାଖେ ଅଳି କରିଥାଆନ୍ତି। ଯଦି ମାଆ-ବାପା ଏପରି କରନ୍ତି ନାହିଁ ତେବେ ପିଲାମାନେ ରାଗିଯାଆନ୍ତି। ଏମାନଙ୍କୁ ଶାନ୍ତ କରାଇବା ବହୁତ କଷ୍ଟ।
ଏହି ସମୟରେ ବାପା ମାଆ ପିଲାଙ୍କ ହାତରେ ଫୋନ ଧରାଇ ଦେଉଛନ୍ତି ଚୁପ୍ ହେବା ପାଇଁ। ହେଲେ ଏହା ସବୁଠୁ ଭୟଙ୍କର।
ଏଭଳି ପରିସ୍ଥିତିରେ ଆପଣ ପିଲାଙ୍କୁ ଅନ୍ୟ କୌଣସି ଉପାୟରେ ବ୍ୟସ୍ତ ରଖିପାରିବେ। ଆସନ୍ତୁ ଜାଣିବା ସେମାନଙ୍କୁ ଘରେ କିପରି ବ୍ୟସ୍ତ ରଖାଯାଇପାରିବ।
-ଘରେ ଖାଲି ବସିଥିବା ବେଳେ ପିଲାଙ୍କୁ ପେପର ପଢିବାକୁ କୁହନ୍ତୁ। ଏହା ଦ୍ୱାରା ପିଲା ଖାଲି ବସିବାର ଅବଶୋଷ ହେବନି। ସେମାନଙ୍କ ସମୟ ବି ବିତିଯିବ। ଏଥିସହ ପିଲାମାନଙ୍କର ସାଧାରଣ ଜ୍ଞାନ ଦକ୍ଷତା ବୃଦ୍ଧି ପାଇବ।
-ଆପଣ ରୋଷେଇ ଘରେ ଯଦି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତେବେ ପିଲାଙ୍କୁ କିଛି ସାହାଯ୍ୟ କରିବାକୁ କୁହନ୍ତୁ। ଏଥିସହ ସେମାନଙ୍କୁ ଏପରି କିଛି ଜିନିଷ ଶିଖାନ୍ତୁ ଯାହା ଦ୍ୱାରା ଘର କାମରେ ସଂକୋଚ ହେବେ ନାହିଁ।
-ଘରେ ପିଲାଙ୍କୁ ବ୍ୟସ୍ତ ରଖିବା ଲାଗି ଆପଣ ସେମାନଙ୍କୁ ସାଧା ପେପରରେ ଚିତ୍ର ଆଙ୍କିବାକୁ କୁହନ୍ତୁ। ଏଥିରେ ସେମାନଙ୍କର ଚିତ୍ର କରିବାର ଦକ୍ଷତା ବୃଦ୍ଧି ପାଇବ।
-ପିଲାଙ୍କୁ ଘରର ସଫାସୁତରା କାର୍ଯ୍ୟରେ ନିୟୋଜିତ କରାନ୍ତୁ। ଅର୍ଥାତ ଟିଭି, ଫ୍ରୀଜ ସଫା କରିବାକୁ କୁହନ୍ତୁ। ହେଲେ ଏମାନଙ୍କୁ ବୋଝ ଥିବା କାର୍ଯ୍ୟ କରାନ୍ତୁ ନାହିଁ।
-ଯଦି ଆପଣଙ୍କୁ ପିଲାଙ୍କର କୌଣସି ଜିନିଷରେ ରୁଚି ରହୁଛି ତେବେ ସେମାନଙ୍କୁ ଖୋଜିବାକୁ କୁହନ୍ତୁ। ଏଭଳି ଅଭ୍ୟାସରେ ସେମାନଙ୍କୁ ନିୟୋଜିତ କରିବା ଦ୍ୱାରା ପିଲାଙ୍କର ବୁଦ୍ଧି ବିକଶିତ ହୋଇଥାଏ ଏବଂ ସେ ଖୁସି ରହିଥାଏ।
-ଆପଣ ପିଲାଙ୍କୁ ମୋବାଇଲ ପରିବର୍ତ୍ତେ ଏକ ନୂଆ ଗେମ ଶିଖାନ୍ତୁ। ଯାହାଦ୍ୱାର ସେ ଶାରୀରିକ ଭାବେ ଆକ୍ଟିଭ ରହିବ।