fbpx

ରାଜ୍ୟରେ କଲେଜ ପରେ ହାଇସ୍କୁଲରୁ ୬ ପଜିଟିଭ୍ ଚିହ୍ନଟ

ବିନିକା,୨୭ ।୩(ଓଡିଶା ଭାସ୍କର): କରୋନା ମହାମାରୀ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ପଜିଟିଭ ହେବା ପରେ ଏବେ ହାଇସ୍କୁଲରେ ବ୍ୟାପିଲାଣି କରୋନା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ହାଇସ୍କୁଲରେ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୬ ଜଣଙ୍କ ମଧ୍ୟରୁ ୨ ଜଣ କର୍ମଚାରୀ ହୋଇଥିବା ବେଳେ ୪ ଜଣ ଛାତ୍ର ଥିବା ସୂଚନା ମିଳିଛି । ଆକ୍ରାନ୍ତ ୬ ଜଣଙ୍କର ଆଣ୍ଟିଜେନ ଟେଷ୍ଟରୁ କରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ତେବେ ୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏକ ଟିମ୍ ସ୍କୁଲରେ ପହଞ୍ଚିଛନ୍ତି । ସେଠାରେ ୨୦ ଜଣଙ୍କର ଆରଟିପିସିଆର ଏବଂ ୧୩ ଜଣଙ୍କର ଆଟିଂଜେନ୍ ଟେଷ୍ଟ କରାଯାଇଛି ।

ଏହା ପୂର୍ବରୁ ଆଜି ଝାରସୁଗୁଡାର ଏକ ଇଞ୍ଜିନିୟରିଂ କଲେଜରୁ ୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୧ ଜଣ ଚିହ୍ନଟଙ୍କ ମଧ୍ୟରେ ୮ ଜଣ ଛାତ୍ର, ୧୩ ଶିକ୍ଷକ ଓ କର୍ମଚାରୀ ରହିଛନ୍ତି । ଜଣେ ଆକ୍ରାନ୍ତ ଚିହ୍ନଟ ପରେ ୧୦୦ ଜଣଙ୍କର ସାମ୍ପଲ ନିଆଯାଇଥିଲା । ୧୦୦ଟି ସାମ୍ପଲ ଟେଷ୍ଟ ପରେ ୨୧ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତମାନଙ୍କୁ ଆଇସୋଲେସନରେ ରଖାଯାଇଛି ।

Get real time updates directly on you device, subscribe now.