fbpx

ଡଙ୍ଗାବୁଡି ଜଣେ ମୃତ, ୭ ଜଣଙ୍କର ମିଳୁନି ପତ୍ତା

Advertisement

ମାଲକାନଗିରି(ଓଡିଶା ଭାସ୍କର): ମାଲକାନଗିରି ଚିତ୍ରକୋଣ୍ଡାରେ ଡଙ୍ଗାବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ହୋଇଛନ୍ତି । ଆନ୍ଧ୍ରରୁ ଫେରୁଥିଲାବେଳେ ସିଲେରୁ ନଦୀରେ ବୁଡିଯାଇଥିଲା ଡଙ୍ଗା । ଗୁଣ୍ଡାବେଡା ପଞ୍ଚାୟତରେ କନ୍ଧଗୁଡାରେ ୨ଟି ଡଙ୍ଗା ବୁଡିଛି । ଜଣେ ୩ ବର୍ଷର ଝିଅର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳରେ ଲାଗିଥିଲେ ।

୨ଟି ଡଙ୍ଗାରେ ମୋଟ ୧୧ ଜଣ ଆସୁଥିବା ବେଳେ ଏହି ଅଘଟଣା ଘଟିଛି । ଗୋଟିଏ ଡଙ୍ଗା ବୁଡିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ । ଅଧିକ ଲୋକ ହେବାରୁ ଅନ୍ୟ ଡଙ୍ଗାଟି ମଧ୍ୟ ବୁଡିଯାଇଥିଲା ।୭ ଜଣ ନିଖୋଜଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୫ ଜଣ ଶିଶୁ ରହିଛନ୍ତି । ସମସ୍ତ ନିଖୋଜ ଚିତ୍ରକୋଣ୍ଡା ବ୍ଲକ କନ୍ଧଗୁଡା ଓ କୁଣ୍ଠାବେଡା ଗାଁର ବୋଲି ଜଣାପଡିଛି ।

Get real time updates directly on you device, subscribe now.