fbpx

ଗଙ୍ଗାନଦୀରେ ମିଳିଲା ୭ କିଲୋ ଓଜନର ଭାସୁଥିବା ପଥର, ଏକ୍ସପର୍ଟ କହିଲେ ରହସ୍ୟ…

ଗଙ୍ଗାନଦୀରେ ମିଳିଲା ୭ କିଲୋ ଓଜନର ଭାସୁଥିବା ପଥର, ଏକ୍ସପର୍ଟ କହିଲେ ରହସ୍ୟ…ନୂଆଦିଲ୍ଲୀ:ପଥର ପାଣିରେ ଭାସିବା କଥା ଶୁଣିଲେ କେହି ବି ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଭଗବାନ ରାମ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ମଝିରେ ରାମସେତୁ ନିର୍ମାଣ କରିଥିଲେ। ଏହି ରାମସେତୁ ପଥରରେ ନିର୍ମିତ ହୋଇଥିଲା। ପଥରରେ ଶ୍ରୀରାମ ଲେଖା ହୋଇଥିବାରୁ ଏହା ଭାସୁଥିବା ଲୋକମାନେ ବିଶ୍ୱାସ କରନ୍ତି। ତେବେ ପଶ୍ଚିମ ବଙ୍ଗର ହୁଗୁଳି ଜିଲ୍ଲାର ଶ୍ରୀରାମପୁର ଅଞ୍ଚଳରେ ଏହି ପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି।

ପାଖାପାଖି ୭ କିଲୋ ଓଜନର ଏକ ପଥର ପଶ୍ଚିମ ବଙ୍ଗର ଗଙ୍ଗାନଦୀରେ ଭାସୁଥିବାର ଦେଖିବାକୁ ମିଳିଛି। ଏହି ଭାସମାନ ପଥରକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପ୍ରତ୍ୟେକ୍ଷଦର୍ଶୀ ଅନିକେତ ଝା ଏବଂ ମନୋଜ ସିଂ ଏହି ପଥରରେ ଶ୍ରୀରାମ ଲେଖା ଥିବାର ଦାବି କରିବା ସହ ଏହି ପଥରକୁ ହାତରେ ଉଠାଇ ଦେଖିଥିଲେ ଯାହାର ଓଜନ ୬-୭ କିଲୋ ବୋଲି ଅନୁମାନ କରିଥିଲେ।

ବୈଜ୍ଞାନିକମାନେ ଏହି ଭାସମାନ ପଥରରେ ଥିବା ରହସ୍ୟ ବିଷୟରେ ତଥ୍ୟ ଦେଇଥିବା ଜଣା ପଡ଼ିଛି। ପଶ୍ଚିମବଙ୍ଗର ବିଜ୍ଞାନମଞ୍ଚର ବରିଷ୍ଠ ସଦସ୍ୟ ଚନ୍ଦନ ଦେବନାଥ କହିଛନ୍ତିି ଯଦି ପଥରର ଘନତ୍ୱ ପାଣିର ଘନତ୍ୱରୁ ଅଧିକ ହୋଇଥାଏ ତେବେ ପଥର ପାଣିରେ ଭାସୁଥିବାର ଦେଖିବାକୁ ମିଳିବ। ଏହା ବ୍ୟତୀତ ବୈଜ୍ଞାନିକମାନେ ସୂଚନା ଦେଇ କହିଛନ୍ତି ଯଦି କୌଣସି ପୂଜାପାଠ ସମୟରେ ଥର୍ମୋକୋଲ ଉପରେ କଳା ସିମେଣ୍ଟ ଲଗାଇ ଏହି ଅବଜେକ୍ଟକୁ ନଦୀରେ ଭସାଇ ଦିଆଯାଇ ତେବେ ଏହା ନିଶ୍ଚିତ ପାଣିରେ ଭାସିବ। ଚନ୍ଦନ ଦେବନାଥ ଏହା ମଧ୍ୟ କହିଛନ୍ତି ଯେ ଏହି ପଥରକୁ ନଦେଖି ଏବଂ ବିନା ପରୀକ୍ଷାରେ ପଥରର ସଠିକ ତଥ୍ୟ ଦେଇ ପାରିବେ ନାହିଁ। ସ୍ଥାନୀୟ ଲୋକେ ଏହି ପଥରକୁ ଗଙ୍ଗାନଦୀରେ ଭସାଇ ଦେଇଥିବା ସୂଚନା ମିଳିଛି।

 

 

 

Get real time updates directly on you device, subscribe now.