Breaking: ଦଣ୍ଡି ମାରୁଛନ୍ତି ସୁନା ଦୋକାନୀ, ୮ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ବିକୁଛନ୍ତି ସୁନା… ସତର୍କ କଲେ ମନ୍ତ୍ରୀ
ଭୁବନେଶ୍ୱର: ସୁନା କିଣୁଥିଲେ ସତର୍କ ଏବଂ ସାବଧାନତାର ସହ ସୁନା କିଣନ୍ତୁ । କାରଣ କିଛି ଦୋକାନୀ ସୁନା ଓଜନରେ ହେରଫେର୍ କରୁଛନ୍ତି ।
୫ ବର୍ଷରେ ୩୬ ବ୍ୟବସାୟୀ ଠକେଇରେ ଧରାପଡ଼ିଛନ୍ତି । ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି ।
୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗ ମଧ୍ୟ ହୋଇଛି ।
ଧରାପଡ଼ିବା ପରେ ୭ ଜଣଙ୍କ ଲାଇସେନ୍ସ ବାତିଲ ମଧ୍ୟ କରାଯାଇଥିବା ଦେଲେ ସୂଚନା । ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ସୁନା ଓଜନରେ ଠକେଇ ହେଉଥିବା ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ।