fbpx

କଂଗ୍ରେସ ଭାରତ ଯୋଡ ଯାତ୍ରାର ୯୭ଦିନ: ଯୋଗଦେଲେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ

ଜୟପୁର: ଆଜି କଂଗ୍ରେସର ଭାରତ ଯୋଡ ଯାତ୍ରା ୯୭ଦିନ । ଆଜି ସକାଳୁ ରାଜସ୍ଥାନର ମାଧେପୁର ଠାରେ ପଦଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ଶହ ଶହ ଲୋକଙ୍କ ମଧ୍ୟରେ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ । ସବୁଠାରୁ ବଡ କଥା ହେଉଛି ଏହି ପଦଯାତ୍ରାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିଛି ସମୟ ପାଇଁ ସାମିଲ ହୋଇଥିଲେ ।

ପୂର୍ବତନ ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ମତଭେଦ ବିବାଦକୁ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ନିଜ ପଦବୀରୁ ଅବ୍ୟାହିତ ନେଇଥିଲେ । କାରଣ ବେଳେବେଳେ ଆରବିଆଇ ଦେଶର ଅର୍ଥବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିଜର ନୀତି ଲାଗୁ କରିବାକୁ ଚାହୁଁଥିବା ବେଳେ କେନ୍ଦ୍ରସରକାର ନିଜର ଯୋଜନାକୁ ସଫଳତା କରିବା ପାଇଁ ନିଜର ନୀତି ଲାଗୁ କରନ୍ତି । ଫଳରେ କେନ୍ଦ୍ର ସରକାର ଆଗରେ ଆରବିଆଇ କୁ ନଇଁବାକୁ ପଡିଥାଏ । ସେଥିପାଇଁ ରଘୁରାମ ରାଜନ ସରକାରଙ୍କ ଇସାରାରେ କାମ ନ କରି ଗଭର୍ଣ୍ଣର ପଦରୁ ଇସ୍ତଫା ନେବାକୁ ଶ୍ରେୟ ମଣିଥିଲେ ।

ତେବେ ସେ ଆଜି ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ ଭାରତ ଯୋଡ ଯାତ୍ରାରେ ଯୋଗ ଦେଇଥିଲେ । ସେହି ସମୟରେ ସେ ରାହୁଲଙ୍କ ସାଙ୍ଗେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ରଘୁରାମ ରାଜନ ଆରଆଇବିରେ ୨୦୧୩ ରୁ ୨୦୧୬ ମସିହା ପର୍ଯ୍ୟନ୍ତ, ୨୩ତମ ଗଭର୍ଣ୍ଣର ରୂପେ ରହିଥିଲେ । ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ବିରୋଧ କରି ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି ।

 

 

Get real time updates directly on you device, subscribe now.