fbpx

ନିର୍ଭୟା ମାମଲାରେ ନୂଆ ଡ଼େଥ୍ ୱାରେଣ୍ଟ ଜାରି ପରେ ନିର୍ଭୟାଙ୍କ ମାଆଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୫ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ଆଜି ସାନି ଡ଼େଥ ୱାରେଣ୍ଟ ଜାରି ହୋଇଛି । ନୂଆ ଡ଼େଥ ୱାରେଣ୍ଟ ଜାରି ପରେ ନିର୍ଭୟାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୋଷୀଙ୍କୁ ଫାଶି ନମିଳିବା ଯାଏଁ ଲଢ଼େଇ କରିବି । କୋର୍ଟ ଆଜି ୪ର୍ଥ ଥର ପାଇଁ ଫାଶି ଲାଗି ତାରିଖ ଧାର୍ଯ୍ୟ କରିଛନ୍ତି । ଏହାସହ ଚଳିତଥର ଧାର୍ଯ୍ୟ କରାଯାଇଥିବା ସମୟରେ ଫାଶୀ ହେବ ବୋଲି ଆଶା ଅଛି ବୋଲି ନିର୍ଭୟାଙ୍କ ମାଆ କହିଛନ୍ତି ।
ମାର୍ଚ୍ଚ ୨୦ରେ ୪ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶକୁ ଫାଶି ଦିଆଯିବ । ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶି ଦିଆଯିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ନୂଆ ଡ଼େଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ ।

Get real time updates directly on you device, subscribe now.