fbpx

କଂଗ୍ରେସକୁ କେଜ୍ରିୱାଲଙ୍କ ଟାର୍ଗେଟ୍, କହିଲେ- ଇତିହାସରେ କଂଗ୍ରେସଠୁ ବଡ ଡ୍ରାମେବାଜ୍ ସରକାର ଦେଖି ନାହିଁ

ନୂଆଦିଲ୍ଲୀ : ଆସନ୍ତାବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜନୈତିକ ଦଳଗୁଡିକ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ ହୋଇଗଲାଣି । ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଏବଂ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇ ସାରିଛି । ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ପଞ୍ଜାବ ସରକାର ଓ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଆକ୍ଷେପ କରିବା ସହ ସମାଲୋଚନା କରିଛନ୍ତି । କେଜ୍ରିୱାଲ କଂଗ୍ରେସକୁ ଟାର୍ଗେଟ୍ କରିବାର କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ପଞ୍ଜାବର ମୁକ୍ତସର ସାହିବରେ ଏକ ରାଲିକୁ ସମ୍ଭୋଧିତ କରି କଂଗ୍ରେସକୁ ଜୋରଦାର ହମଲା କରିଛନ୍ତି । ସେ କହିଛନ୍ତି, ଯେବେ କଂଗ୍ରେସ ଜାଣି ପାରିଲା ଯେ, କ୍ୟାପଟେନଙ୍କ ନେତୃତ୍ୱରେ ଦଳ ପରାଜିତ ହେଉଛି, ତେଣୁ ତିନି ମାସ ପୂର୍ବରୁ ଦଳ ଚନ୍ନି ସାହେବଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଲେ । ଏବେ ଚନ୍ନି ସାହେବ ଜନତାଙ୍କୁ ପ୍ରଲୋଭିତ ଏବଂ ଆକର୍ଷିତ କରିବା ପାଇଁ ନୂତନ ନୂତନ ଘୋଷଣା କରିବା ଆରମ୍ଭ କରି ଦେଇଛନ୍ତି । ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ଆମେ ଭାରତ ଇତିହାସରେ କଂଗ୍ରେସଠୁ ବଡ ନୌଟଙ୍କିବାଜ ଏବଂ ଡ୍ରାମେବାଜ୍ ସରକାର ଦେଖି ନାହିଁ ।

ପଞ୍ଜାବ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ନିଜର ରଣନୀତି ପ୍ରସ୍ତୁତିରେ ଲାଗି ପଡିଛି । ସୂତ୍ର ଅନୁଯାୟୀ, ପାର୍ଟି ପଞ୍ଜାବରେ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ପଞ୍ଜାବ ଆମ୍ ଆଦମୀ ପାର୍ଟିର ସଭାପତି ଭଗବନ୍ତ ମାନ ସିଂହ ଓ ବଲବୀର ସିଂହ ରାଜେୱାଲାଙ୍କ ଉପରେ ଆଭ୍ୟନ୍ତରୀଣ ସର୍ଭେ କରାଇଛି । ତେବେ ଆପ୍ ପକ୍ଷରୁ ରାଜେୱାଲା ମୁଖ୍ୟମନ୍ତ୍ରୀ ପଦର ଚେହେରା ହୋଇ ପାରନ୍ତି ।

 

Get real time updates directly on you device, subscribe now.