ଉଦଘାଟିତ ହେଲା O-HUB, ଷ୍ଟାର୍ଟ ଅପ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟର; ପ୍ରତିବର୍ଷ ୨୦୦ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱର: ଉଦଘାଟିତ ହେଲା ଓ-ହବ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟର । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମଏସଏମଇ ବିଭାଗର ଏହି ଓ-ହବ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ଲକ୍ଷ ୫୦ ହଜାର ବର୍ଗଫୁଟରେ ନିର୍ମାଣ ହୋଇଛି ଓ-ହବ୍ ବିଲ୍ଡିଂ । ଇନକ୍ୟୁବେସନ ସେଣ୍ଟର ବୁଲିଦେଖିବା ସହ ଯୁବ ଉଦ୍ୟୋଗୀଙ୍କ ସହ କଥା ମଧ୍ୟ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ।

ଷ୍ଟାର୍ଟଅପ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟର ଉଦଘାଟନ ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ ଓ-ହବ୍ ପ୍ରତିବର୍ଷ ୨୦୦ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି କରିବ । ୨୦୨୫ ସୁଦ୍ଧା ହେବ ୫ ହଜାର ନୂଆ ଷ୍ଟାର୍ଟ ଅପ୍ । ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ନୂଆ ଷ୍ଟାର୍ଟ ଅପ୍ ପଲିସି ଏହା ସହ ଷ୍ଟାର୍ଟ ଅପକୁ ଭିତ୍ତିଭୂମି, ସୁଯୋଗ, ପ୍ରଶିକ୍ଷଣ ଦେବ ଓ-ହବ୍ । ସେ ଆହୁରି କହିଛନ୍ତି ନିବେଶକ ଓ ଉଦ୍ୟୋଗୀଙ୍କ ମଧ୍ୟରେ ହୋଇପାରିବ ଭାବ ବିନିମୟରେ ସହାୟକ ହେବ ।