fbpx

ପରୀକ୍ଷା ପ୍ରଶ୍ନରେ କରିନା କପୁରଙ୍କ ପିଲାଙ୍କ ନାମ: ଅଭିଯୋଗ କଲେ ଅଭିଭାବକ

ପରୀକ୍ଷା ପ୍ରଶ୍ନପତ୍ରରେ ସେଲିବ୍ରିଟିଙ୍କ ପିଲାଙ୍କ ନାମ । ରାଗିଲେ ଅଭିଭାବକ, କଲେ ଅଭିଯୋଗ । ମଧ୍ୟପ୍ରଦେଶର ଏକ ପ୍ରାଇଭେଟ ସ୍କୁଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ସ୍କୁଲରେ ଷଷ୍ଠ ଶ୍ରେଣୀର ପିଲାଙ୍କୁ ପରୀକ୍ଷାରେ ସେଲିବ୍ରିଟିଙ୍କ ପିଲାଙ୍କ ନାମ କହିବାକୁ ପ୍ରଶ୍ନରେ ଉଲ୍ଲେଖ ରହିଥିଲା । ଯାହାକୁ ନେଇ ଅସନ୍ତୁଷ୍ଟ ଅଭିଭାବକ ଅଭିଯୋଗ କରିଥିଲେ ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲାର ଏକାଡେମିକ୍ ହାଇଟ୍ସ ପବ୍ଲିକ୍ ସ୍କୁଲର ଷଷ୍ଠ ଶ୍ରେଣୀର କରେଣ୍ଟ ଆଫେୟାର୍ସ ପ୍ରଶ୍ନପତ୍ରରେ ଏକ ପଶ୍ନ ପଚରାଯାଇଥିଲା । ପ୍ରଶ୍ନଥିଲା ଯେ କରିନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ ଙ୍କ ପୁଅଙ୍କ ନାମ କୁହ । ତେବେ ପରୀକ୍ଷାରେ ଏହି ପ୍ରଶ୍ନ ପିଲାଙ୍କ ଅଭିଭାବକଙ୍କୁ ପସନ୍ଦ ଆସିନଥିଲା । ଯାହାକୁ ନେଇ ସେମାନେ ଶିକ୍ଷା ବିଭାଗରେ ଅଭିଯୋଗ କରିଥିଲେ ଏବଂ ସ୍କୁଲ ପରିଚାଳନା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଏହି ପ୍ରଶ୍ନ ପତ୍ରର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ସେପଟେ ପରୀକ୍ଷାରେ ଐତିହାସିକ କିମ୍ବଦନ୍ତୀ କିମ୍ବା ବ୍ୟକ୍ତିତ୍ୱ ଉପରେ ନପଚାରିି ବଲିଉଡ୍ ଦମ୍ପତିଙ୍କ ଉପରେ ପଚାରିବାକୁ ନାପସନ୍ଦ କରିଛନ୍ତି ଅଭିଭାବକ ।

Get real time updates directly on you device, subscribe now.