ମାଲକାନଗିରି (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଙ୍ଗରାଜ ଗୁମା ନିକଟରେ ଥିବା ନଦୀରେ, ମନରେଗା ମାଧ୍ୟମରେ ବଡ଼ ବଡ଼ ପଥରରେ ଚିତ୍ର ଆଙ୍କିବା ସହ ଝରଣାରେ ବାଉଁଶ ଦ୍ୱାରା ପୋଲ ନିର୍ମାଣ କରାଯାଇଛି । ମାଥିଲି ବ୍ଲକ ଅଂଚଳର ଲୋକେ ବଣ ଭୋଜି କରିବାକୁ ଯାଉଥିବା ସ୍ଥଳେ ଉକ୍ତ ସ୍ଥାନରେ ଲଟା ବୁଦା ସହ ରାସ୍ତା ମଧ୍ୟ ନଥିଲା । ବର୍ତ୍ତମାନ ଜନସାଧାରଣ ଙ୍କ ସୁବିଧା ପାଇଁ ରାସ୍ତା ସହ ସମସ୍ତ ପ୍ରକାର ସୁବିଧା କରାଯାଉଅଛି । ସ୍ଥାନୀୟ ପଂଚାୟତର ପି.ଇ.ଓ. ଅଶୋକ ମହାରଣା ଜଣାଇଛନ୍ତି ପିଲାମାନଙ୍କ ପାଇଁ ଦୋଳି ଖସଡ଼ା ସହ ଭିଭନ୍ନ ଖେଳନା ରଖା ଯିବା ସହ ଆସନ୍ତା ଛ ମାସ ମଧ୍ୟରେ ଲୁହା ପୋଲ ନିର୍ମାଣ କରାଯିବ ବୋଲି କହିଛନ୍ତି ।