fbpx

ବାହାରେ ବସିଲି ବୋଲି ୩ଟା କେସ୍, ଭିତରେ କେତେ କରିବେ ବୋଲି କହିଲେ ତପସ୍ୱିନୀ: ଦେଖନ୍ତୁ ଭିଡ଼ିଓ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ମାମଲାରେ କୋର୍ଟଙ୍କ ରାୟ ପରେ ବି ତୁଟୁନି ବିବାଦ । ଏବେ ରହିବା ଘରକୁ ନେଇ ପୁଣି ଚାଲିଛି ସଂଘର୍ଷ । ୨ ମହଲା ଘର ମଧ୍ୟରୁ ତଳ ଘରେ ରହିବାକୁ ଚାହୁଁଛନ୍ତି ତପସ୍ୱିନୀ । ସେ ନିଜ ସ୍ୱାମୀଙ୍କ ସହ ତାଙ୍କ ବେଡ଼ରୁମରେ ରହିବାକୁ ଚାହୁଁଛନ୍ତି । କିନ୍ତୁ କୋର୍ଟ ବେଡରୁମରେ ରହିବା ପାଇଁ ସେପରି କିଛି ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି ଡାକ୍ତର ସୁମିତଙ୍କ ପିତା କହିଛନ୍ତି । ତପସ୍ୱିନୀଙ୍କୁ ଉପର ଘର ରହିବାକୁ ଦିଆଯାଇଛି, ଯେଉଁଟା ରହିବା ଯୋଗ୍ୟ ନୁହେଁ ବୋଲି ତପସ୍ୱିନୀ କହିଛନ୍ତି ।

ମିଡିଆକୁ ତପସ୍ୱିନୀ କହିଛନ୍ତି ଯେ, ‘ କୋର୍ଟଙ୍କ ଅର୍ଡରେ ଲେଖାଅଛି କି ସ୍ୱାମୀ, ଶାଶୁ ଓ ଶ୍ୱଶୁର ଯେଉଁଠାରେ ରହିବେ, ସେଇଠି ମୁଁ ରହିବି । କିନ୍ତୁ ସେମାନେ ତାଙ୍କ ମୁଖ୍ୟ ଦ୍ୱାର ଖୋଲୁନାହାନ୍ତି । କୋର୍ଟଙ୍କ ଅର୍ଡରକୁ ବି ସେମାନେ ପ୍ରୋଟେକ୍ସନ ଅଫିସର, ଆଇଆଇସି, ତହସିଲଦାର ଓ ଏସଡିପିଓ ଆଦି ଆସି ବୁଲି ଦେଖିଥିଲେ ଓ ଉପର ଘର ରହିବା ଯୋଗ୍ୟ ନୁହେଁ ବୋଲି କହିଥିଲେ ।’

ଏହା ସହ ତପସ୍ୱିନୀ କହିଛନ୍ତି ଯେ, ‘ବାରଣ୍ଡାରେ ବସିଥିବା ବେଳେ ମୋ ଉପରେ ୩ଟି କେସ ଲଗାଇଥିଲେ । ଏବେ ମୁଁ ଘର ଭିତରେ ରହିଲେ ବି ମୋ ବିରୋଧରେ ଫେକ୍ ମାମଲା ଆଣିପାରନ୍ତି । ଏହା ମୋ ଭବିଷ୍ୟତ ପାଇଁ ଖରାପ ହେବ । ମୋତେ ଜଣେ ଡାକ୍ତରର ସ୍ତ୍ରୀ ଭାବେ ରଖାଯାଉ ବୋଲି ଆଶା କରୁଛି ।’

Get real time updates directly on you device, subscribe now.