fbpx

ମଞ୍ଚ ଉପରେ ବିଜେପି ବିଧାୟକଙ୍କୁ ଚାପୁଡ଼ା ମାରିଲେ ଚାଷୀ; ଦେଖନ୍ତୁ ଭାଇରାଲ ଭିଡିଓ…

ନିର୍ବାଚନୀ ଜନସଭାରେ ଅନେକ ଘଟଣା ଦେଖିବାକୁ ମିଳିଥାଏ । ଆଉ ଆଜିର ଡିଜିଟାଲ ଯୁଗରେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଯାଉଛି । ଏହିଭଳି ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠାରେ ଜଣେ କୃଷକ ଜଣେ ବିଧାୟକଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରୁଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଉତ୍ତରପ୍ରଦେଶ ଉନ୍ନାଓରେ ଦେଖିବାକୁ ମିଳିଛି ଏହି ଆଶ୍ଚର୍ଯ୍ୟକର ଘଟଣା । ସୂଚନା ଅନୁଯାୟୀ, ଉନ୍ନାଓର ଏକ ଜନସଭାରେ ବିଜେପି ବିଧାୟକ ପଙ୍କଜ ଗୁପ୍ତା ଯୋଗ ଦେଇଥିଲେ । ହେଲେ ସଭା ମଝିରେ ହଠାତ୍ ଜଣେ କୃଷକ ମଞ୍ଚ ଉପରକୁ ଆସିଥିଲେ ଆଉ ବିଧାୟକଙ୍କ ମୁଣ୍ଡକୁ ଚାପୁଡ଼ା ମାରିଥିଲେ । ତେବେ କେହି କିଛି କହିବା ଆଗରୁ ସେଠାରେ ଥିବା କର୍ମୀମାନେ ତାଙ୍କୁ ଅଟକାଇଥିଲେ ଏବଂ ମଞ୍ଚ ତଳକୁ ନେଇଯାଇଥିଲେ ।

ସେପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଛି । ସମାଜମାବାଦୀ ପାର୍ଟ ଏହାରର ସୋସିଆଲ ମିଡିଆ ପେଜରେ ସେୟାର କରିବା ସହ କହିଛି ଏହା ହେଉଛି ବିଜେପି ପ୍ରତି ରହିଥିବା ଲୋକଙ୍କ ଆକୋଶ । ବିଜେପିର କୁନିତି, କୁଶାସନ ଏବଂ ଏକଛତ୍ରବାଦୀ ପ୍ରତି ଚାପୁଡ଼ା । ଦେଖନ୍ତୁ ଭାଇରାଲ ଭିଡିଓ…

Get real time updates directly on you device, subscribe now.