fbpx

ନିର୍ବାଚନ ତାରିଖ ଘୋଷଣା ହୋଇନି: ଭୋଜିଭାତରେ ଜମୁଛି ଆସର, ଲମ୍ବା ପ୍ରତିଶୃତି ଦେଉଛନ୍ତି ଆଶାୟୀ ପ୍ରାର୍ଥୀ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ଅଂଚଳରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ ଏକାଧିକ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପଞ୍ଚାୟତମାନଙ୍କରେ ଏବେଠାରୁ ଭୋଜିଭାତ ନିର୍ବାଚନକୁ ଆହୁରି ସରଗରମ କରୁଛି । କୌଣସି ଦଳରୁ ପ୍ରାର୍ଥୀ ଚୟନ ହୋଇନଥିବା ବେଳେ ଏପରି ଘଟଣା କଣ ପାଇଁ ବୋଲି ପଞ୍ଚାୟତର ଜନସାଧାରଣ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ।

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଲକ ୩୨ଟି ପଞ୍ଚାୟତକୁ ନେଇ ଗଠିତ । ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଆଶୟୀ ପ୍ରାର୍ଥୀମାନଙ୍କର ଭିଡ ଲାଗିଛି । ଏହାର ଫାଇଦା ହାସଲ କରୁଛନ୍ତି, ପଞ୍ଚାୟତରେ ଥିବା କେତେକ ଛାମୁଁଆ ନେତା । ବିଶେଷ କରି ସରକାରୀ ଦଳର କର୍ମୀମାନେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଇଦେବା ପାଇଁ ସେମାନଙ୍କ ନିକଟରେ ପହଞ୍ଚି ବଡ ବଡ ପ୍ରତିଶ୍ରୁତି ଦେଉଛନ୍ତି । ନିର୍ବାଚନ ମଣ୍ଡଳୀର ମୁଖିଆ ବର୍ତ୍ତମାନ ସୁଦ୍ଧା କେଉଁ ପଞ୍ଚାୟତରେ ସରକାରୀ ଦଳର ସମର୍ଥନରେ କିଏ ପ୍ରାର୍ଥୀ ହେବ ନିଷ୍ପତ୍ତି ନେଇନଥିବା ବେଳେ ତାଙ୍କ ଦଳୀୟ କର୍ମୀ କିପରି ଭାବରେ ଏକାଧିକ ଲୋକଙ୍କୁ ପ୍ରାର୍ଥୀ କରାଇବା ପାଇଁ ପ୍ରଲୋଭନ ଦେଖାଇ ଦଳର ଆଭିମୁଖ୍ୟକୁ ନଷ୍ଟ କରୁଛନ୍ତି । କେଉଁ କାରଣରୁ ଦଳର ମୁଖିଆ ଏମାନଙ୍କୁ ବିରୁଦ୍ଧରେ ଏମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେଉନାହାଁନ୍ତି, ବରିଷ୍ଠ ରାଜନିତିଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଏପରି ଘଟଣାକୁ ନେଇ ସଚେତନ ଭୋଟର ଲଜ୍ଜା ଅନୁଭବ କରୁଛନ୍ତି । ଭୋଟ ଏକ ମୂଲ୍ୟବାନ ସମ୍ପଦ ହୋଇଥିବା ବେଳେ କିପରି ଛାମୁଁଆ ଆଶୟୀଙ୍କ ଠାରୁ ଚିକେନ ଝୋଳ ଖାଇ ଲମ୍ବା ପ୍ରତିଶୃତିର ପ୍ରଭାବ ଦଳ ଉପରେ ପଡୁଛି । ଏଥିପ୍ରତି ଦଳର ମୁଖିଆ ଦୃଷ୍ଟି ଦେଇ ଅରିଷଣ୍ଢ ପଞ୍ଚାୟତରୁ ତଦନ୍ତ ଆରମ୍ଭ ପାଇଁ ସଚେତନ ଭୋଟର ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.