fbpx

ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ: ନୂଆ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ବିସିସିଆଇର କ୍ଲିୟରାନ

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୧୨ ଓ ୧୩ ତାରିଖ ଦୁଇଦିନ ଧରି ବେଙ୍ଗାଲୁରରେ ଚଳିତ ବର୍ଷର ଆଇପିଏଲ ପାଇଁ ଅନୁଷ୍ଠିତ ହେବ ଖେଳାଳି ନିଲାମ ପ୍ରକ୍ରିୟା । ଏଥିାଇଁ ବିସିସିଆଇ ପକ୍ଷରୁ ପ୍ରସ୍ତୁତି ଆମ୍ଭ ହୋଇଛି । ଏଥିସହିତ ଆଇପିଏଲର ଦୁଇ ନୂଆ ଫ୍ରାଞ୍ଚାଇଜ ଅହକଦାବାଦ ଓ ଲକ୍ଷ୍ନୌକୁ ବିସିସିଆଇ ପକ୍ଷରୁ ଖେଳାଳି ନିଲାମ ପାଇଁ ବିସିସିଆଇ ପକ୍ଷରୁ କ୍ଳିୟରାନ୍ସ ମିଳିଛି । ବିସିସିଆଇର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । ତେଣୁ ମେଗା ଖେଳାଳି ନିଲାମ ପୂର୍ବରୁ ଦୁଇ ନୂଆ ଫ୍ରାଞ୍ଚାଇଜ ସେମାନଙ୍କ ପସନ୍ଦର ଖେଳାଳିଙ୍କ ସହିତ ଚୁକ୍ତି କରିବା ପାଇଁ ମଧ୍ୟ ବିସିସିଆଇ ଅନୁମତି ଦେଇଛି ।

ସୂଚନା ଯୋଗ୍ୟ ଯେ ସଞ୍ଜୟ ଗୋଏଙ୍କାର ଆରପିଏସଜି ଗ୍ରୁପ୍ ଲକ୍ଷ୍ନୌ ଫ୍ରାଞ୍ଚାଇଜକୁ କିଣି ଥିବା ବେଳେ ଅହମଦାବାଦ ଫ୍ରାଞ୍ଚାଇଜକୁ କ୍ରୟ କରିଛି ସିଭିସି କ୍ୟାପିଟାଲ୍ସ । ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଯେ ଖେଳାଳି ନିଲାମ ପ୍ରକ୍ରିୟା ପୂର୍ବରୁ ଡ୍ରାଫ୍ଟ ପିକ୍ସ ଫାଇନାଲ କରିବା ପାଇଁ ଦୁଇ ନୂଆ ଫ୍ରାଞ୍ଚାଇଜକୁ ଦୁଇ ସପ୍ତାହ ସମୟ ଦିଆ ଯାଇଛି । ସେହିପରି ଭିଭୋ ସ୍ଥାନରେ ଟାଟା ଗ୍ରୁପ୍ ଆଇପିଏଲର ନୂଆ ଟାଇଟଲ୍‌ ପୃଷ୍ଠପୋଷକ ହେବା ନେଇ ମଧ୍ୟ ପଟେଲ ନିଶ୍ଚିତ କରିଛନ୍ତି । ପୂର୍ବ ଚୁକ୍ତି ଅନୁଯାୟୀ ଭିଭୋ ଆହୁରି ଦୁଇ ବର୍ଷ ଆଇପିଏଲର ଟାଇଟଲ ପୃଷ୍ଠପୋଷକ ହୋଇ ରହିବା କଥା । ମାତ୍ର ଅନିବାର୍ଯ୍ୟ କାରଣ ନେଇ ଭିଭୋ ଏଥିରୁ ଦୂରେଇ ଯାଇଥିବା ବେଳେ ଅବଶିଷ୍ଠ ଦୁଇ ବର୍ଷ ପାଇଁ ଟାଟା ଗ୍ରୁପ୍ ଆଇପିଏଲର ଟାଇଟଲ ପୃଷ୍ଠପୋଷକ ରହିବ । ଏହା ପରେ ନୂଆ ଚୁକ୍ତି କରାଯିବ ବୋଲି ଆଇପିଏଲ ଅଧ୍ୟକ୍ଷ ପଟେଷ କହିଛନ୍ତି ।

Get real time updates directly on you device, subscribe now.