fbpx

ବାହାଘର ପାଇଁ ପୁଅ ଦେଖିବାକୁ ଯାଇଥିଲେ, ଲାଗିଗଲା ଲକ-ଡାଉନ୍: ଏହା ପରେ ଘଟଣାରେ ଆସିଲା ଟ୍ୱିଷ୍ଟ୍

ବିଜିଙ୍ଗ: କରୋନା ଯୋଗୁଁ ବିଶ୍ୱର ଅନେକ ସହରରେ ଲକଡାଉନ୍ ଲାଗୁ ହୋଇଛି । ଏହାରି ମଧ୍ୟରେ ଅନେକ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ଚୀନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି , ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ । ତେବେ ଚୀନର ଜଣେ ମହିଳା ଅଜଣା ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ତାଙ୍କ ଘରେ ପହଞ୍ଚିଥିଲେ । ସେତେବେଳେ ସରକାର ସେହି ସହଜରରେ ଲକଡାଉନ୍ ଘୋଷଣା କରିଦେଲେ । ଏହି କାରଣ ଯୋଗୁଁ ମହିଳା ସେଠାରେ ରହିବା ସହିତ ଅନ୍ୟ ବାଟ ନଥିଲା । କିନ୍ତୁ ଏକାଠି ରହୁ ରହୁ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଗଲା ।

ସୂଚନା ମୁତାବକ, ଏହି ଘଟଣା ଚୀନର ଜେଙ୍ଗଜୋ ସହରରେ ଘଟିଛି । ସେଠାରେ ୱାଙ୍ଗ ନାମକ ମହିଳା ଜଣେ ଅଜଣା ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । କିନ୍ତୁ ସହରରେ ଲକଡାଉନ୍ ଲାଗିଗଲା । ଲକଡାଉନ୍ ଯୋଗୁଁ କାହାକୁ ବି ଯିବାର ଅନୁମତି ମିଳିନଥିଲା, ଯାହାଫଳରେ ମହିଳା ଜଣକ ସେହି ଅଜଣା ବ୍ୟକ୍ତିଙ୍କ ଘରେ କିଛି ଦିନ ରହିବାକୁ ବାଧ୍ୟ ହୋଇଥିଲେ । ଏହି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଆରମ୍ଭ ହୋଇଥିଲା ।

ତେବେ ୱାଙ୍ଗଙ୍କ ପରିବାର ଲୋକେ ତାଙ୍କ ବାହାଘର ପାଇଁ ପୁଅ ଖୋଜୁଥିଲେ । ସେମାନେ ୧୦ ଜଣଙ୍କୁ ଏଥିପାଇଁ ଚୟନ କରିଥିଲେ, ଯାହାଙ୍କୁ ଦେଖା କରିବାକୁ ୱାଙ୍ଗ ଜେଙ୍ଗଜୋ ସହରକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ୱାଙ୍ଗଙ୍କୁ ନିଜର ରୋଷେଇ ଦକ୍ଷତା ଦେଖାଇବାକୁ ତାଙ୍କୁ ଡିନରରେ ଡକାଇଥିଲେ । କିନ୍ତୁ ୱାଙ୍ଗଙ୍କ ଭାଗ୍ୟରେ ଆଉ କିଛି ଲେଖାଥିଲା ଓ ସମ୍ପୂର୍ଣ୍ଣ ସହରରେ ଲକଡାଉନ୍ ଲାଗିଗଲା । ଏହି କାରଣ ଯୋଗୁଁ ୱାଙ୍ଗ ସେହି ଅଜଣା ଯୁବକ ସହିତ କିଛି ଦିନ ରହିବାକୁ ବାଧ୍ୟ ହୋଇଥିଲେ । ୱାଙ୍ଗ ସୁବଦିନର କିଛି କିଛି ଭିଡ଼ିଓ କରିଥିଲେ, ଯେଉଁଥିରେ ସେ ଦେଖାଉଥିଲେ କି କିଭଳି ସେହି ଯୁବକ ତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛି । ଘର କାମ ସହିତ ୱାଙ୍ଗ ଶୋଉଥିବା ବେଳେ ସେ ଅଫିସ କାମ ବି କରୁଥିଲେ ।

ୱାଙ୍ଗ କହିଛନ୍ତି ଯେ, ‘ଯୁବକ ସବୁ କ୍ଷେତ୍ରରେ ଯୋଗ୍ୟ, କିନ୍ତୁ କଥା କମ୍ କହୁଛନ୍ତି ।’ କାହିଁକି ୱାଙ୍ଗଙ୍କୁ ଅଧିକ କଥା ହେଉଥିବା ଯୁବକ ପସନ୍ଦ । ସେ ଖାଇବା ଠିକ୍ ଠାକ୍ ରୋଷେଇ କରୁଛନ୍ତି ।’ ମୋତେ କିନ୍ତୁ ସେ ବହୁତ ପସନ୍ଦ ଆସିଲେ ବୋଲି ୱାଙ୍ଗ କହିଛନ୍ତି ।

Get real time updates directly on you device, subscribe now.