fbpx

ମୋ ପେଟରେ ୪ ମାସର ଛୁଆ: ପ୍ରେମ ଓ ପ୍ରତାରଣା ପାଇଁ ରାଜରାସ୍ତାରେ ଯୁବତୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟରେ ୪ ମାସର ଛୁଆ । ଏପରି ଅବସ୍ଥାରେ ରାଜ ରାସ୍ତାରେ ପ୍ରତିବାଦ କରୁଛନ୍ତି ମହିଳା । ପ୍ରଥମେ ପ୍ରେମ ଓ ବିବାହ ପରେ ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି ନିର୍ଯାତନା । ପ୍ରେମ ପାଇଁ ନିଜ ପରିବାରକୁ ଛାଡି ଆଗେଇ ଆସିଥିବା ଯୁବତୀ ଜଣଙ୍କ ବର୍ତ୍ତମାନ ଅସହାୟ ରହିଛନ୍ତି । ଏମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ ବଡଖମାର ଗ୍ରାମରେ । ଏହି ଗ୍ରାମର ମନୋଜ ବାଦୀ ଜଣେ ଯୁବତୀଙ୍କୁ ପ୍ରେମ ଓ ପରେ ବିବାହ କରିବା ପରେ ବର୍ତ୍ତମାନ ନିର୍ଯାତନା ଦେଉଛନ୍ତି ।

ମନୋଜ ଦେଢ ବର୍ଷ ତଳେ ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଏହି ଫ୍ୟାକ୍ଟ୍ରିରେ କାମ କରିବା ସମୟରେ ଝାରସୁଗୁଡାର ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ସେଠାରେ ବିବାହ କରି କିଛି ଦିନ ଏକାଠି ମଧ୍ୟ ରହିଥିଲେ । ଗାଁକୁ ଫେରିବା ପରେ ଉଭୟ ଏକାଠି ରହୁଥିଲେ । ତେବେ ବର୍ତ୍ତମାନ ଯୁବତୀ ଜଣଙ୍କ ୪ ମାସର ଗର୍ଭବତୀ ରହିଥିବା ବେଳେ ନିୟମିତ ମାଡପିଟ କାରଣରୁ ବର୍ତ୍ତମାନ ରାଜ ରାସ୍ତାରେ ରହିଛନ୍ତି ଯୁବତୀ । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.