fbpx

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବରିଷ୍ଠ କିରାଣି

ଜଗତସିଂହପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଗତସିଂହପୁର ନୂଆଗାଁ ତହସିଲଦାରଙ୍କ ଅଫିସର ବରିଷ୍ଠ କିରାଣି ଧ୍ରୁବ ଚରଣ ନାୟକ । ବାଲି ଭର୍ତ୍ତି ଟ୍ରକ ଛାଡ଼ିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧ୍ରୁବ ଚରଣଙ୍କୁ ଧରିଛି ଭିଜିଲାନ୍ସ । ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିଲେ ଧ୍ରୁବ ଚରଣ । ଲାଞ୍ଚ ନେବା ଅଭିଯୋଗରେ ଧ୍ରୁବ ଚରଣ ନାୟକଙ୍କ ସରକାରୀ ବାସଭବନ ଓ ପୈତୃକ ଘରେ ଭିଜିଲାନ୍ସର ଚଢ଼ାଉ ହୋଇଛି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.