fbpx

ହାଟ୍ ଆଟାକରେ ଅଭିନତା ବରୁଣ ଧୱନଙ୍କ ଡ୍ରାଇଭରଙ୍କ ମୃତ୍ୟୁ, ସୁଟିଂ ସେଟରେ..

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧୱନଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ କଷ୍ଟଦାୟକ । ଅଭିନେତାଙ୍କ ଡ୍ରାଇଭର ଭାବେ କାମ କରୁଥିବା ବ୍ୟକ୍ତିଙ୍କ ହୋଇଛି ମୃତ୍ୟୁ । ଡ୍ରାଇଭରଙ୍କ ମୃତ୍ୟୁ ଯୋଗୁଁ ବରୁଣ ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି । ଜଣେ ଡ୍ରାଇଭର ସମସ୍ତ ସୁଖ-ଦୁଃଖରେ ସବୁବେଳେ ସାଥିରେ ରହିଥାଏ ଓ ତାଙ୍କ ସହିତ ସର୍ବଦା ଏକ ଭାବପ୍ରବଣତା ରହିଥାଏ । ବରୁଣ ଧୱନ ନିଜ ଡ୍ରାଇଭର ମନୋଜର ନିଧନ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଅଛନ୍ତି ।

ତେବେ ବାନ୍ଦ୍ରାର ମେହବୁବ ଷ୍ଟୁଡିଓରେ ହାଟ୍ ଆଟାକ୍ ଯୋଗୁଁ ମନୋଜଙ୍କ ଦେହାନ୍ତ ହୋଇଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ମନୋଜ ବରୁଣଙ୍କ ଅଧିକ ନିକଟତର ବନ୍ଧୁ ଭାବେ ଥିଲେ । ବରୁଣଙ୍କୁ ଏକ ଆଡ୍ ର ସୁଟିଂ ପାଇଁ ସେ ମେହବୁବ ଷ୍ଟୁଡିଓରେ ଡ୍ରପ୍ କରିଥିଲେ । ଏହି ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଓ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏହା ପରେ ବରୁଣ ଓ ବାକି ଲୋକମାନେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥଇଲେ, ଯେଉଁଠାରେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.