fbpx

ମଣିଷଙ୍କୁ ତ ଛାଡ଼, ଏହି ସହରରେ ମୂଷାଙ୍କୁ ହୋଇଗଲା କରୋନା; ସମସ୍ତଙ୍କୁ ମାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । କରୋନାର ବଢ଼ୁଥିବା ମାମଲା ମଧ୍ୟରେ ହଂକଂରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଅତି କମରେ ୨୦୦୦ ହାମଷ୍ଟର(ମୂଷା ପରି ଏକ ଜୀବ) ଏଠାରେ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ସମସ୍ତ ସଂକ୍ରମିତ ମୂଷାଙ୍କୁ ହତ୍ୟା କରିବାକୁ ହଂକଂ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ପ୍ରଶାସନର କହିବା ମୁତାବକ, ପାଳିତ ଜୀବମାନଙ୍କ ଏକ ଷ୍ଟୋରରେ ଅନେକ ହାମଷ୍ଟାର କରୋନା ପଜିଟିଭ ହୋଇଛନ୍ତି । ଷ୍ଟୋରରେ ଏକ କରୋନା ପଜିଟିଭ କର୍ମଚାରୀ କାମ କରୁଥିଲେ, ଯେଉଁ କାରଣରୁ ମୂଷାମାନଙ୍କୁ ବି କରୋନା ଆକ୍ରମଣ କରିଥିଲା ।

ଅଧିକାରୀମାନେ କହିଛନ୍ତି ଯେ, ଏହି ଜୀବର ଆମଦାନୀ ଓ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗଯିବ । ପୋଷା ଦୋକାନର ଜଣେ କର୍ମଚାରୀ ପଜିଟିଭ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରଭାବିତ ଦୋକାନରୁ ୭ ଜାନୁଆରୀ ପରେ କିଣାଯାଇଥିବା ସମସ୍ତ ହାମଷ୍ଟରଙ୍କୁ ବାଧ୍ୟତାମୂଳକ ଭାବେ ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.