fbpx

ଚା’ ପିଇଲେ ହେଉଛି କ୍ୟାନ୍ସର: ସତର୍କ ସୂଚନା ଜାରି କଲା ଚା’ ନିଗମ

ନୂଆଦିଲ୍ଳୀ: ଚା ଏମିତି ଏକ ପାନୀୟ ଏହା ସହିତ ଭାରତୀୟ ମାନଙ୍କର ଏକ ଅଲଗା ପ୍ରକାର ଇମୋସନ ଯୋଡି ହୋଇ ରହିଥାଏ । କାର୍ଯ୍ୟାଳୟରେ ହେଉ ବା ବିଲରେ କାମ ଅଧାରେ ଗୋଟିଏ କପ୍ ଚା ଆମକୁ ସତେଜ କରି ଦେଇଥାଏ । ତେବେ ଆପଣ ଜାଣିଛନ୍ତି କି ନିଜକୁ ସତେଜ ରଖିବା ପାଇଁ ଆପଣ ପିଉଥିବା ଚା’ କୌଣସି ବିଷଠାରୁ ବି କମ ନୁହେଁ । ପାଣି ପରେ ସବୁଠାରୁ ଅଧିକ ପିଆଯାଉଥିବା ପାନୀୟ ହେଉଛି ଚା’ । ଚୀନରେ ସବୁଠାରୁ ଅଧିକ ଲୋକ ଚା’ ପିଉଥିବା ବେଳେ ଭାରତରେ ଏହି ସଂଖ୍ୟା ବିଶ୍ୱରେ ଦ୍ୱିତୀୟ । ତେବେ ଚା କିଭଳି କ୍ଷତିକାରକ ଏହା ଆପଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଥାଇପାରେ ।

ପ୍ରଥମତଃ ଅପମିଶ୍ରିତ କ୍ଷୀର କାରଣରୁ ଚା’ରୁ ଏଭଳି ରୋଗ ବ୍ୟାପିବା ନେଇ ଆଶଙ୍କା କରାଯାଇପାରେ । ୮୦ ପ୍ରତିଶତ ଲୋକ କ୍ଷୀର ଚା ହିଁ ପିଇଥାନ୍ତି । ତେବେ ନା ଅପମିଶ୍ରିତ କ୍ଷୀର ନୁହେଁ ବରଂ ଅପମିଶ୍ରିତ ଚା କାରଣରୁ ଏଭଳି ରୋଗ ହେବାର ଆଶଙ୍କା ବଢି ଯାଇଥାଏ । ଚା’ର ପତ୍ର ଏବଂ ରଙ୍ଗରୁ ଏହାର ଶୁଦ୍ଧତା ନିର୍ଣ୍ଣୟ କରାଯାଇଥାଏ । ତେବେ ଖରାପ ହୋଇଯାଇଥିବା ଚା ପତ୍ରରେ ସିନ୍ଥେଟିକ୍ ରଙ୍ଗ ଏବଂ ଅନ୍ୟାନ୍ୟ କେମିକାଲର ବ୍ୟବହାର କରାଯାଇଥାଏ । ଏପରି ପତ୍ରର ବ୍ୟବହାର ନ କରିବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ନିଗମ ପକ୍ଷରୁ କଡାକଡି ନିୟମ ରହିଛି । ଚା ପତ୍ରକୁ ବଜାରକୁ ଛଡାଯିବା ପୂର୍ବରୁ ଏହାକୁ ୩୪ ପ୍ରକାର ପରୀକ୍ଷଣ ପାଶ କରିବାକୁ ପଡିଥାଏ । ମାତ୍ର ସିନ୍ଥେଟିକ୍ ରଙ୍ଗ ଏବଂ ଅନ୍ୟାନ୍ୟ କେମିକାଲର ବ୍ୟବହାର ମଣିଷକୁ ରୋଗାକ୍ରାନ୍ତ କରିଥାଏ ।

ଏପରି ଅପମିଶ୍ରିତ ଚା ପିଇବା ଦ୍ୱାରା ମଣିଷ ଶରୀରକୁ ବିଭିନ୍ନ ରୋଗ ଆକ୍ରାନ୍ତ କରିଥାଏ । ଉଚ୍ଚ ରକ୍ତଚାପ ପରି ରୋଗ ମଣିଷକୁ ସହଜରେ ଆକ୍ରାନ୍ତ କରୁଥିବା ବେଳେ ଦୈନିକ ୧୦ କପରୁ ଅଧିକ ଚା ପିଉଥିଲେ ଲିଭର ଏବଂ କିଡନୀ ଅକାମୀ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଏହା ସହିତ ଯଦି ଆପଣ ଅପମିଶ୍ରିତ ଚା ପତିର ଚା’ ପିଉଛନ୍ତି ତାହେଲେ ଆପଣ କ୍ୟାନ୍ସର ପରି ଦୁରାରୋଗ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ୮୦ ପ୍ରତିଶତ ଭାରତୀୟ ସକାଳୁ ଉଠି ଚା’ ପିଉଥିବା ବେଳେ ୧୦ରୁ ୭ ଜଣ ଲୋକ ଦିନକୁ ଅନ୍ୟୁନ ଦୁଇ କପ୍ ଚା’ ପିଇଥାନ୍ତି । ଏପରି ପରସ୍ଥିତିରେ ଅପମିଶ୍ରିତ ଚା’ର କଣ ପରିଣାମ ମିଳିବ ତାହା ସହଜରେ ଅନୁମେୟ ।

Get real time updates directly on you device, subscribe now.