fbpx

ICC ଟି-୨୦ କ୍ରିକେଟର ଅଫ ଦ ଇୟର: ବାଜି ମାରିଲେ ରିଜୱାନ ଓ ବ୍ୟୁମୋଣ୍ଟ

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ଶ୍ରେଷ୍ଠ କ୍ରିକେଟରଙ୍କ ତାଲିକା । ଚଳିତ ବର୍ଷ ଟି-୨୦ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାକିସ୍ତାନର ମହମ୍ମଦ ରିଜୱାନ ଏବଂ ଇଂଲଣ୍ଡର ଟ୍ୟାମି ବ୍ୟୁମୋଣ୍ଟଙ୍କୁ ଶ୍ରେଷ୍ଠ ଖେଳାଳି ବଛା ଯାଇଛି । ଚଳିତ ବର୍ଷ ରିଜୱାନ ୧୩୨୬ ରନ ସଂଗ୍ରହ କରିଛନ୍ତି । ମାତ୍ର ୨୯ଟି ମ୍ୟାଚ ଖେଳିଥିବା ରିଜୱାନଙ୍କ ଆଭରେଜ ୭୩.୬୬ ରହିଥିବା ବେଳେ ୧୩୪.୮୯ର ଷ୍ଟ୍ରାଇକ ରେଟ ରହିଛି । ଚଳିତ ଟି-୨୦ ବିଶ୍ୱକପରେ ୫ଟି ମ୍ୟାଚରୁ ୩୦୩ ରନ ସଂଗ୍ରହ କରିଥିଲେ । ଚଳିତ ବର୍ଷ ରିଜୱାନ ନିଜର ପ୍ରଥମ ଶତକ ଦକ୍ଷିଣ ଆଫ୍ରିକା ବିରୋଧରେ ସ୍କୋର କରିଥିଲେ ।

ଅନ୍ୟ ପକ୍ଷରେ ମହିଳା ଖେଳାଳି ଟ୍ୟାମି ବ୍ୟୁମୋଣ୍ଟ ମଧ୍ୟ ନିଜ ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ୧୦୨ ରନ କରି ପ୍ଲେୟର ଅଫ୍ ଦ ସିରିଜ ହୋଇଥିଲେ । ସମାନ ଭାବରେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ମଧ୍ୟ ୧୧୩ ରନ ସଂଗ୍ରହ କରିଥିଲେ । ସମୁଦାୟ ୯ଟି ଟି-୨୦ ମୁକାବିଲାରୁ ବ୍ୟୁମୋଣ୍ଟ ୩୦୩ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରିଆର ଆଣ୍ଡ୍ରେଆ ମେ ଜେପେଡାଙ୍କୁ ଆସୋସିଏଟ ମହିଳା ଟି-୨୦ କ୍ରିକେଟର ଭାବରେ ଘୋଷଣା କରାଯାଇଛି । ସେହିପରି ଓମାନର ଜିସାନ ମକସୁଦଙ୍କୁ ଆଇସିସି ପୁରୁଷ ଆସୋସିଏଟସ କ୍ରିକେଟର ଘୋଷଣା କରାଯାଇଛି ।

Get real time updates directly on you device, subscribe now.