fbpx

୭୩ ତମ ସାଧାରଣତନ୍ତ୍ର ଦିବସ: କାଚ ଓ ଷ୍ଟ୍ରରେ ଦେଖନ୍ତୁ ଅନନ୍ୟ କଳାକୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶ ପାଳନ କରିବାକୁ ଯାଉଛି ୭୩ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ କାଚ ଓ ଷ୍ଟ୍ର ଉପରେ ଅନନ୍ୟ ଚିତ୍ରକଳାର ନିଦର୍ଶନ ଦେଖାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ୪.୫ ଫୁଟ ଦୈର୍ଘ୍ୟ ଓ ଅଢେଇ ଫୁଟର କାଚ ଉପରେ ଏହି କଳାକୃତି ନିର୍ମାଣ କରି ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା ।

କାଚ ଉପରେ ୧୫୦୦ଟି ଷ୍ଟ୍ରର ବ୍ୟବହାର ମଧ୍ୟ କରାଯାଇଛି । ଭାରତୀୟ ଗଣତନ୍ତ୍ର ସହିତ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଏହି ଚିତ୍ରକଳାରେ ସ୍ଥାନ ଦିଆଯାଇଛି । ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ ଏବଂ ସମ୍ବିଧାନ ପ୍ରଣେତା ବି. ଆର ଆମ୍ବେଦକରଙ୍କ ପ୍ରତିକୃତି ରହିଛି । ଏହା ବ୍ୟତିତ ଲାଲ କିଲ୍ଲା, ତାଜ ମହଲ, ଅଶୋକ ଚକ୍ର ଏବଂ ମା ତୁଝେ ସଲାମ ଲେଖା ଯାଇଛି । ଏହି ଚିତ୍ରକଳା ପ୍ରସ୍ତୁତ କରିବା ପାଇଁ ୨୪ ଘଣ୍ଟା ସମୟ ଲାଗିଥିଲା ।

Get real time updates directly on you device, subscribe now.