fbpx

OSSTET Admit Card 2022 2nd Phase: ଦ୍ଵିତୀୟ ପର୍ଯ୍ୟାୟର TET ପରୀକ୍ଷାର ଆଡମିଟ୍ କାର୍ଡ ଜାରି

ନୂଆଦିଲ୍ଲୀ : ବୋର୍ଡ ଅଫ ସେକେଣ୍ଡାରୀ, ଓଡିଶା(ବିଏସଇ) ଦ୍ଵିତୀୟ ପର୍ଯ୍ୟାୟ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ୨୦୨୧ର ଆଡମିଟ୍ କାର୍ଡ(OSSTET Admit Card 2021) ଜାରି କରିଛି। ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ଅଧିକାରୀକ ଓ୍ଵେବସାଇଟ୍ bseodisha.ac.in ଜରିଆରେ ଡାଉନଲୋଡ୍ କରି ପାରିବେ। ପରୀକ୍ଷା ୨୦୨୨ ଫେବୃଆରୀ ୯ରେ ଆୟୋଜନ କରାଯିବ।
ପରୀକ୍ଷାରେ ଦୁଇଟି ପେପର ରହିବ ଏବଂ ପ୍ରତ୍ୟେକ ପେପରରେ ଚାରୋଟି ସେକ୍ସନ ରହିବ। ପ୍ରତ୍ୟେକ ପେପରରେ ପରୀକ୍ଷା ଅବଧି ୨ ଘଣ୍ଟା ୩୦ ମିନିଟ୍ ରହିବ। ପରୀକ୍ଷାରେ କୌଣସି ମାଇନସ୍ ମାର୍କିଂ ରହିବ ନାହିଁ। ଖଣ୍ଡ-1ରେ ସମସ୍ତ ଶ୍ରେଣୀର ପଦ ପାଇଁ ଓଡିଆ ବାଧ୍ୟତାମୂଳକ ରହିବ। ଖଣ୍ଡ-II, ଭାଷା IIରେ ସମସ୍ତ ଶ୍ରେଣୀର ପଦ ପାଇଁ ବାଧ୍ୟତାମୂଳକ ରହିବ। ଅନ୍ୟପଟେ ସେକ୍ଟନ- IIIରେ କଳା ଏବଂ ପିସିଏମ ଏବଂ ସିବିଜେଡ୍ ଆଧାରରେ ପ୍ରଶ୍ନ ଇଂରାଜୀରେ ରହିବ। ପରୀକ୍ଷା ସମ୍ବନ୍ଧିତ ସୂଚନା ପାଇଁ ପରୀକ୍ଷାର୍ଥୀ ଅଧିକାରୀକ ଓ୍ଵେବସାଇଟ୍ରେ ଜାରି ବିଜ୍ଞପ୍ତିକୁ ଦେଖି ପାରିବେ।
OSSTET Admit Card 2022, ଏମିତି ଡାଉନଲୋଡ୍ କରନ୍ତୁ ଆଡମିଟ୍ କାର୍ଡ
୧ – ସର୍ବପ୍ରଥମେ ପରୀକ୍ଷାର୍ଥୀ ଅଧିକାରିକ ଓ୍ଵେବସାଇଟ୍ରେ bseodisha.ac.inକୁ ଯିବେ।
୨ – ହୋମ ପେଜ୍ରେ ଦିଆଯାଇଥିବା Latest Updates ସେକ୍ସନକୁ ଯାଆନ୍ତୁ।
୩ – ଏଠାରେ 2022-01-25 ADMIT CARD OF ODISHA SECONDARY SCHOOL TEACHER ELIGIBILITY TEST OSSTET–2021 (2nd)ରେ କ୍ଲିକ୍ କରନ୍ତୁ।
୪ – ଏବେ ମୋବାଇଲ୍ ନମ୍ବର ଆଦି ମଗାଯାଇଥିବା ସୂଚନା ଦେଇ ସବମିଟ୍ କରନ୍ତୁ।
୫ – ଆଡମିଟ୍ କାର୍ଡ ଆପଣଙ୍କ ସ୍କ୍ରିନରେ ଆସିଯିବ।
୬ – ଏବେ ଏହାକୁ ଡାଉନଲୋଡ୍ କରନ୍ତୁ।

Get real time updates directly on you device, subscribe now.