fbpx

ଏସବିଆଇରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ଚାକିରି ସୁଯୋଗ: ଜାଣନ୍ତୁ ଡିଟେଲ

ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ସ୍ପେଶାଲିଷ୍ଟ କ୍ୟାଡରର ଅଧିକାରୀ ପଦରେ ରେଗୁଲାର ଭାବରେ ନିଯୁକ୍ତ କରାଯିବ । ଏହି ନିଯୁକ୍ତି ପାଇଁ ଆବେଦନ ଏସବିଆଇର ଅଫିସିଆଲ ୱେବସାଇଟ୍ ରେ ଅନଲାଇନ କରିବାକୁ ପଡିବ । ଏହା ସହିତ, ପ୍ରାର୍ଥୀମାନେ ୱେବସାଇଟରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଯେପରିକି ରିଜ୍ୟୁମ୍, ଆଇଡି ପ୍ରୁଫ୍, ବୟସର ପ୍ରମାଣ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଅଭିଜ୍ଞତା ଇତ୍ୟାଦି ଅପଲୋଡ୍ କରିବେ ଜ୍ଝ ଏହି ସବୁ ଡକ୍ୟୁମେଣ୍ଟ ବିନା ଆଶାୟୀ ଅନଲାଇନ ଟେଷ୍ଟ କିମ୍ବା ଇଣ୍ଟରଭ୍ୟୁ ପାଇଁ  ଏସବିଆଇ ବିଜ୍ଞପ୍ତି ଅନୁଯାୟୀ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ପାଇଁ ସମୁଦାୟ ୪୮ ପଦବୀ ରହିଛି । ୨୫ ଫେବୃଆରୀ ୨୦୨୨ ସୁଦ୍ଧା ଆବେଦନ କରିବାକୁ ପଡିବ । ସିଲେକ୍ଟ ହୋଇପାରିବେ ନାହିଁ । ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନକୁ ଭଲ ଭାବରେ ପଢ଼ିନେବାକୁ ପରାମର୍ଶ ।

ଏହି ପଦବୀ ପାଇଁ ରହିଛି ବିଜ୍ଞପ୍ତି:
ଆସିଷ୍ଟାଣ୍ଟ ମ୍ୟାନେଜର ନେଟୱର୍କ ସିକ୍ୟୁରିଟି ସ୍ପେଶାଲିଷ୍ଟ- ୧୫ଟି ପଦ
ଆସିଷ୍ଟାଣ୍ଟ ମ୍ୟାନେଜର ରାଉଟିଙ୍ଗ ଏବଂ ସ୍ୱିଚିଙ୍ଗ୍- ୩୩

ଏହି ପଦବୀ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା:
ଆସିଷ୍ଟାଣ୍ଟ ମ୍ୟାନେଜର ନେଟୱର୍କ ସିକ୍ୟୁରିଟି ସ୍ପେଶାଲିଷ୍ଟ- କୌଣସି ଷ୍ଟ୍ରିମରେ ବ୍ୟାଚେଲର ଡିଗ୍ରୀରେ ପ୍ରଥମ ଡିଭିଜନ ହୋଇଥିବା ଆବଶ୍ୟକ ।
ଆସିଷ୍ଟାଣ୍ଟ ମ୍ୟାନେଜର ରାଉଟିଙ୍ଗ ଏବଂ ସ୍ୱିଚିଙ୍ଗ୍: କୌଣସି ଷ୍ଟ୍ରିମରେ ବ୍ୟାଚେଲର ଡିଗ୍ରୀରେ ପ୍ରଥମ ଡିଭିଜନ ହୋଇଥିବା ଆବଶ୍ୟକ

ଏହି ପଦବୀରେ ଆବେଦନ କରିବା ପାଇଁ ଆୟୁ ସୀମା ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆବେଦନ କରିବା ପାଇଁ ୭୫୦ ଟଙ୍କା ପେମେଣ୍ଟ କରିବାକୁ ପଡ଼ିବ । ତେବେ ଏସସି/ଏସଟି/ଇଡବ୍ଲୁଏସ ଆଶାୟୀ ମାଗଣାରେ ଆବେଦନ କରିପାରିବେ ।

Get real time updates directly on you device, subscribe now.