fbpx

ହାଇଦ୍ରାବାଦରେ ଠିକ୍ ହେଲା କରୋନା ପୀଡିତ, ମେଡିକାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ ଆଉ ଏକ ରୋଗୀ ସୁସ୍ଥ ହେବା ଘଟଣା ସାମନାକୁ ଆସିଛି । ହାଇଦ୍ରାବାଦର ଗାନ୍ଧୀ ମେଡିକାଲରେ ଜଣେ କରୋନା ସଂକ୍ରମିତ ରୋଗୀ ଠିକ୍ ହେବା ସହ ମେଡାକାଲ ପକ୍ଷରୁ ତାଙ୍କୁ ଡିସଚାର୍ଜ କରାଯାଇଛି । କିନ୍ତୁ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖି ତାଙ୍କ ଉପରେ ନଜର ରଖାଯିବ । ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି ।

ଅନ୍ୟପଟେ କରୋନା ଭାଇରସରୁ ବର୍ତ୍ତିବା ପାଇଁ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରେ ଆମେରିକା । କୁହାଯାଉଛି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଆମେରିକାରେ ଖୁବଶୀଘ୍ର ଜରୂରୀକାଳୀନ ପରିସ୍ଥିତି ଘୋଷଣା କରିପାରନ୍ତି । ଭାରତୀୟ ସମୟ ଅନୁସାରେ, ଆଜି ରାତି ୧୨.୩୦ ରେ ଆମେରିକା ରାଷ୍ଟ୍ରପତି ଏନେଇ ସାମ୍ବାଦିକ ସମ୍ମିଳନୀ କରିବେ ।

Get real time updates directly on you device, subscribe now.