fbpx

ରସିକିଆ ଡାକ୍ତର ଗିରଫ, ୧୪ ଜଣଙ୍କୁ ବିବାହ କରି ଲୁଟିଛି ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହିଳା ଥାନା ପୋଲିସ୍ କବଜାରେ ଜଣେ ରସିକିଆ ଡାକ୍ତର । ନିଜକୁ ହୋମିଓପାଥିକ ଡାକ୍ତରର ପରିଚୟ ଦେଇ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା । ପ୍ରାୟ ୧୪ ଜଣ ଯୁବତୀଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଏହି ଡାକ୍ତର ବେଶରେ ଥିବା ଲୁଟେରା ଅସୁବିଧା ଓ ସମସ୍ୟାରେ ପଡ଼ିଥିବା ଯୁବତୀଙ୍କୁ ଫସାଇ ବିବାହ କରି ଟଙ୍କା ଲୁଟିଥିବା ଜଣାପଡ଼ିଛି । ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ଯୁବତୀଙ୍କୁ ଟାର୍ଗେଟ୍ କରୁଥିବା ଏହି ଡାକ୍ତର ।

 

Get real time updates directly on you device, subscribe now.