fbpx

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିପାରନ୍ତି ଏହି ବାମହାତୀ ସ୍ପିନର, ଘରୋଇ ସର୍କିଟରେ କରିଥିଲେ ଭଳ ପ୍ରଦର୍ଶନ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବା ଉତ୍ତର ପ୍ରଦେଶର ୨୮ ବର୍ଷୀୟ ବାମହାତୀ ସ୍ପିନର ସୌରଭ କୁମାର ଟେଷ୍ଟ ଜୀବନ ଆରମ୍ଭ କରିବା ସୁଯୋଗ ପାଇବା ସମ୍ଭାବନା ରହିଛି । କାରଣ ଘରୋଇ ସର୍କିଟରେ ସୌରଭ ଲଗାତର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସେ ଆଜି ପର୍ଯ୍ୟନ୍ତ ସେ ସର୍ଭିସେସୁ ପକ୍ଷରୁ ୪୬ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୯୬ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ୧୬ଥର ଗୋଟିଏ ୫ ଲେଖାଏଁ ଓ ୬ଥର ୧୦ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ୨୦୧୮-୧୯ ଘରୋଇ କ୍ରିକେଟ ସିଜିନରେ ୧୦ ରଣଜୀ ମ୍ୟାଚ ଖେଳି ୫୧ ୱିକେଟ ଓ ଦୁଲି ଟ୍ରଫିରେ ୧୯ ହାସଲ କରିଥିଲେପ ସେହିପରି ୨୦୧୮ରେ ଅନୁଷ୍ଠିତ ହରିୟାଣା ବିକ୍ଷ ରଣଜୀ ମ୍ୟାଚରେ କେବଳ ୬୫ ରନ ବିନିମୟ କରି ୧୪ ୱିକେଟ ଦଖଲ କରିଥିଲେ ।

ଅନ୍ୟ ପକ୍ଷରେ ୨୦୧୯-୨୦ ରଣଜୀ ସିଗିନରେ ମଧ୍ୟ ୪୪ ୱିକେଟ ହାସଲ କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ଦୁଇ ଶତକ ଓ ୮ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଏହା ବ୍ୟତିତ ଗତ ଜାନୁୟାରୀରେ ଭାରତୀୟ ଏ ଦଳ ସହିତ ଦକ୍ଷିଣ ଆଫ୍ରିକା ଗସ୍ତ କରି ଭଲ ପ୍ରଦର୍ଶନ କରି ଥିବାରୁ ଚୟନ କର୍ତ୍ତା ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରିଛନ୍ତି ।

Get real time updates directly on you device, subscribe now.