fbpx

HPCLରେ ଇଞ୍ଜିନିୟରିଂ ପାସଙ୍କ ପାଇଁ ଆପ୍ରେଣ୍ଟିସ୍ ପଦରେ ନିଯୁକ୍ତି, ଦେଖନ୍ତୁ ନୋଟିଫିକେସନ

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଏଚପିସିଏଲ ମୁମ୍ବାଇ ରିଫାଇନାରୀ ରେ ଗ୍ରାଜୁଏଟ ଇଞ୍ଜିନିୟର ଆପ୍ରେଣ୍ଟିସ୍ ପଦ ପାଇଁ ଆବେଦନ ଗ୍ରହଣ କରୁଛି । ଏହି ପଦରେ ଆବେଦନ କରିବାକୁ ଚାହୁଥିବା ଯୋଗ୍ୟ ତଥା ଆଶାୟୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ  www.mhrdnats.gov.in ମାଧ୍ୟମରେ ଆବେଦନ କରିପାରିବେ ।

ସମୁଦାୟ ୧୦୦ ପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଯେଉଁଥିରେ ଇନଷ୍ଟ୍ରୁମେଣ୍ଟ, କେମିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ସିଭିଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ର୍ରିକାଲ ଇଞ୍ଜିନିୟରିଂର ଆଶାୟୀମାନେ ଆବେଦନ କରିପାରିବେ ।

ପଦରେ ଚୟନ ହୋଇଥିବା ଆଶାୟୀଙ୍କୁ ପ୍ରତିମାସରେ ୨୫୦୦୦ /- ଷ୍ଟାଇପେଣ୍ଡ ଦିଆଯିବ । ଆଶାୟୀଙ୍କୁ ୧ ବର୍ଷର ଅବଧି ପାଇଁ ନିଯୁକ୍ତ କରାଯିବ । ନିଯୁକ୍ତି ସମ୍ବନ୍ଧିତ ସବୁ ବିବରଣୀ ପାଇଁ ଏହି ଲିଙ୍କରେ କ୍ଲିକ୍ କରି ଅଫିସିଆଲ ନୋଟିଫିକେସନ ଦେଖିପାରିବେ । http://portal.mhrdnats.gov.in/sites/default/files/file_upload/Engagement_of_graduate_apprentice_Notification_HPCL_MR_0.PDF

 

Get real time updates directly on you device, subscribe now.