fbpx

(Video) ବଢୁଛି ଯୁଦ୍ଧ ଆଶଙ୍କା: ବିବାଦ ମଧ୍ୟରେ ୟୁକ୍ରେନକୁ ସେନା ପଠାଇଲା ଋଷ

ମାଡି ଆସୁଛି ଯୁଦ୍ଧର ଭୟ… ୟୁକ୍ରେନକୁ ସେନା ପଠାଇବାକୁ ଋଷ ରାଷ୍ଟ୍ରପତି ଦେଲେ ନିର୍ଦ୍ଦେଶ.. ସୂଚନା ଅନୁଯାୟୀ, ୟୁକ୍ରେନର ଦୁଇଟି ଅଞ୍ଚଳ ଲୁହାନ୍ସ ଓ ଡୋନେକ୍ସକୁ ନିଜର ଦେଶ ଘୋଷଣା କରିଛି ଋଷ । ଏହା ପରେ ଋଷ ସେନା ଏହି ଦୁଇ ଅଞ୍ଚଳକୁ ଯିବେ । ପୂର୍ବରୁ ଏହି ଅଞ୍ଚଳରେ ୟୁକ୍ରେନ୍ ବିରୋଧୀ ଓ ସମର୍ଥକ ଉପସ୍ଥିତି ରହିଛନ୍ତି । ୨୦୧୪ରୁ ପରଠାରୁ ୟୁକ୍ରେନ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ଆଉ ଏହି ଅଞ୍ଚଳରେ ନିଜର ଦବଦବା ଜାହିର କରିବା ପାଇଁ ଋଷ ନେଇଛି ବଡ଼ ନିଷ୍ପତ୍ତି ଏବଂ ଏହି ଦୁଇ ଦେଶକୁ ନିଜର ଦେଶ ବୋଲି ଘୋଷଣା କରିଛି ।

ଏପଟେ ଦୁଇ ଦେଶର ସୀମାରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଏହାରି ଭିତରେ ସୀମା ପାର କରି ରଷିଆ ସୀମାରେ ପ୍ରବେଶ କରିଥିବା ୫ ୟୁକ୍ରେନ୍ ସେନାଙ୍କୁ ମାରି ଦେଇଥିବା ରୁଷିଆ ଦାବି କରିଛି । ଏହାଛଡା ରୁଷ ସୀମାରେ ପ୍ରବେଶ କରୁଥିବା ୟୁକ୍ରେନ୍ର ଦୁଇଟି ଯୁଦ୍ଧଯାନକୁ ଧ୍ୱଂସ କରିଥିବା ଦାବି କରିଛି । ଏମାନେ ସୀମାରେ ଭଙ୍ଗାରୁଜା କରୁଥିଲେ ବୋଲି ରୁଷିଆ କହିଛି । ଏହି ଘଟଣା ରାସ୍ତୋଭ ଅଞ୍ଚଳର ମିତ୍ୟାକନସକ୍ୟା ଗାଁରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ ସୀମାରେ ଏବେ ରୁଷିଆ ଦେଢ ଲକ୍ଷ ସେନା ମୃତୟନ କରିଛି । ଏହାଛଡା ବେଲାରୁଷରେ ୩୦ ହଜାର ସେନା ମୃତୟନ ହୋଇଛନ୍ତି । ତେବେ ରୁଷର ଦାବିକୁ ଖାରଜ କରିଛି ୟୁକ୍ରେନ୍ । ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି , ସେହି ସ୍ଥାନରେ ସେନା ମୃତୟନ ହୋଇନଥିଲେ ବୋଲି ୟୁକ୍ରେନ୍ ବିବୃତି ଦେଇଛି । ତେବେ ରୁଷ କହିଛି , ୟୁକ୍ରେନ୍ ପ୍ରଥମେ ଆକ୍ରମଣ କରିବାକୁ ତାର ଜବାବ ଦିଆଯାଇଛି । ସେପଟେ ରୁଷିଆ ଉପରେ କୌଣସି ପ୍ରକାର ଆକ୍ରମଣ କରିନଥିବା ସ୍ପଷ୍ଟ କରିଛି ୟୁକ୍ରେନ୍ ।

 

Get real time updates directly on you device, subscribe now.