fbpx

ସାଥୀ ଖେଳାଳିଙ୍କୁ ଚାପୁଡା ମାରିଲେ ହରିଶ୍ ରୌଫ୍: ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ପୁଣି ଥରେ ବିବାଦରେ ପାକିସ୍ତାନ ସୁପର ଲିଗ୍ । କିଛି ଦିନ ପୂର୍ବରୁ ପେମେଣ୍ଟ ସମସ୍ୟାକୁ ନେଇ ଜେମସ ଫକନରଙ୍କ ଭିଡିଓ ଭାଇରାଲ ହୋଇଥିବା ବେଳେ ପଡିଆରେ ଖେଳାଳିଙ୍କୁ ଚାପୁଡା ମାରିବାକୁ ନେଇ ପୁଣି ଥରେ ବିବାଦ ଘେରରେ ରହିଛି ଏହି ଲିଗ୍ । ପାକିସ୍ତାନୀ ଦ୍ରୁତ ବୋଲର ହରିସ ରୌଫ୍ ସାଥୀ ଖେଳାଳିଙ୍କୁ ଚାପୁଡା ମାରି ଚର୍ଚ୍ଚାରେ ରହିଛନ୍ତି । ପେଶାୱର ଜାଲମୀ ବିପକ୍ଷ ଏହି ମୁକାବିଲାରେ ରୌଫ୍ ଲାହୋର କଲନ୍ଦରର ସାଥୀ ଖେଳାଳି ଘୁଲାମ ଅକମଲଙ୍କୁ ଚାପୁଡା ମାରିଥିଲେ ।

ହରିଶ ରୌଫ ବୋଲିଂ କରୁଥିବା ମ୍ୟାଚର ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ମହମ୍ମଦ ହାରିସଙ୍କ ୱିକେଟ ନେଇଥିଲେ । ସ୍କେ୍ୱୟାରଲେଗରେ ଫିଲ୍ଡିଂ କରୁଥିବା ଫୱାଦ ଅହମ୍ମଦ ଏହି କ୍ୟାଚ ନେଇଥିଲେ । ତେବେ ଏହା ପୂର୍ବରୁ ସମାନ ଓଭରର ଦ୍ୱିତୀୟ ବଲରେ ହଜରତଉଲ୍ଲା ଜଜାଇଙ୍କ କ୍ୟାଚ ହାତଛଡା କରିଥିଲେ ଘୁଲାମ । ସେଲିବ୍ରେସନ ସମୟରେ ରୌଫ୍ ଘୁଲାମଙ୍କୁ ଏକ ଚାପୁଡା ମାରିଥିଲେ । ଏହାର ଭିଡିଓ ବେଶ ଭାଇରାଲ ହେବା ସହିତ ରୌଫଙ୍କୁ ନିନ୍ଦା ମଧ୍ୟ କରାଯାଇଥିଲା ।

Get real time updates directly on you device, subscribe now.