fbpx

ମଳଦ୍ୱାରରୁ ବାହାରିଲା ୫୦ ଲକ୍ଷର ସୁନା: ବିମାନବନ୍ଦରରେ ମାଡି ବସିଲା ପୋଲିସ

ନୂଆଦିଲ୍ଳୀ: ପୋଲିସ ଯେତେବି ସତର୍କ ହୁଅନ୍ତୁ ନା କାହିଁକି ଚୋର ଚୋରି କରିବାର ନୂଆ ନୂଆ ତରିକା ବାହାର କରିବାରେ ଲାଗିଛନ୍ତି । ଏମିତି ଏକ ଘଟଣା ହାଇଦ୍ରାବାଦ ବିମାନ ବନ୍ଦରରୁ ସାମ୍ନାକୁ ଆସିଛି । ନିଜ ମଳଦ୍ୱାରରେ ସୁନାର ପେଷ୍ଟ ପୁରାଇ ଯାଉଥିବା ବେଳେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଜନୈକ ଯୁବକ । ଯୁବକଙ୍କ ମଳଦ୍ୱାରରେ ପ୍ରାୟ ୯୭୫.୧୬ ଗ୍ରାମ ସୁନା ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ୫୦.୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ମଙ୍ଗଳବାର ଦିନ ଦୁବାଇରୁ ଫେରୁଥିବା ବ୍ୟକ୍ତିଙ୍କୁ ହାଇଦ୍ରାବାଦ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି । ଇଣ୍ଡିଗୋ ବିମାନ ୬ଇ ୧୮୭ରେ ଏହି ବ୍ୟକ୍ତି ଜଣଙ୍କ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ହାଇଦ୍ରବାଦ କଷ୍ଟମ ପକ୍ଷରୁ ବୁଧବାର କରାଯାଇଥିବା ଟ୍ୱିଟ ଅନୁଯାୟୀ ମଳଦ୍ୱାରରୁ ପ୍ରାୟ ୫୦.୭୦ ଲକ୍ଷର ସୁନା ଜବତ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.